32.1 C
Bhubaneswar
Friday, April 26, 2024
Homeଓଡିଶାବିଏମସିର ନୂଆ କୋଭିଡ କଟକଣା

ବିଏମସିର ନୂଆ କୋଭିଡ କଟକଣା

ଭୁବନେଶ୍ୱର: କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମସି ନୂଆ ମାର୍ଗଦର୍ଶିକା ଜାରି କରିଛି । ନୂଆ ମାର୍ଗଦର୍ଶିକା ଅନୁସାରେ, ଏଣିକି ବିବାହ ଉତ୍ସବରେ ୧୦୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ମିଳିବ । ଶୁଦ୍ଧି କାର୍ଯ୍ୟ ପାଇଁ ୫୦ ଜଣଙ୍କୁ ଅନୁମତି ମିଳିବ । ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରାଯିବ । ସେହିଭଳି ସମ୍ମିଳନୀ ଓ ସମାବେଶ ଉପରେ ବି ବିଏମସି କଟକଣା ଲଗାଇଛି । କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନରେ ରୋକ ଲଗାଯାଇଛି । କୌଣସି ସଂସ୍ଥା ଓ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ଉପରେ ରୋକ ଲାଗିଛି । ଆସନ୍ତା ୬ ତାରିଖରୁ ଏହି ମାର୍ଗଦର୍ଶିକା ଲାଗୁ ହେବ ବୋଲି ସୂଚନା ମିଳିଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking