37.1 C
Bhubaneswar
Sunday, May 5, 2024
Homeକରୋନାବ୍ରିଟେନରୁ ଭାରତ ଆସିଲେ ୩ ଥର ଆର୍‌ଟିପିସିଆର ପରୀକ୍ଷା ବାଧ୍ୟତାମୂଳକ

ବ୍ରିଟେନରୁ ଭାରତ ଆସିଲେ ୩ ଥର ଆର୍‌ଟିପିସିଆର ପରୀକ୍ଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ବ୍ରିଟେନକୁ ନେଇ ଯେସାକୁ ତେସା ନୀତି ଗ୍ରହଣ କରିବାକୁ ଭାରତ ସରକାର ନୀତି ଗ୍ରହଣ କରିଛନ୍ତି । ଭାରତରେ କୋଭିସିଲଡ୍ ଟିକା ନେଇଥିବା ଲୋକମାନଙ୍କୁ ବ୍ରିଟେନ୍ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରିଥିବାରୁ ଭାରତ ସମାନ ଢଙ୍ଗରେ ତାହାର ଜବାବ ଦେଇଛନ୍ତି । ଭାରତ ସରକାରଙ୍କ ନୂଆ ନିୟମ ଅନୁସାରେ ବ୍ରିଟେନରୁ ଭାରତ ଆସୁଥିବା ବ୍ୟକ୍ତିମାନଙ୍କୁ ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ପରୀକ୍ଷା କରିବା ବାଧ୍ୟତାମୂଳକ ହେବ । ଭାରତରେ ପହଞ୍ଚିବା ପରେ ଆରଟିପିସିଆଇର ଟେଷ୍ଟ କରାଯିବ ଓ ଭାରତରେ ରହିବାର ୮ମ ଦିନରେ ଆଉଥରେ ଆରଟିପିସିଆର ଟେଷ୍ଟ କରାଯିବ । ଟିକା ନେଇଥିଲେ ବି ସେମାନଙ୍କୁ ଏହା କରିବା ବାଧ୍ୟତାମୂଳକ ହେବ । ଅନ୍ୟପକ୍ଷରେ ଭାରତରେ ପହଞ୍ଚିବା ପରେ ବ୍ରିଟେନ ଯାତ୍ରୀମାନଙ୍କୁ ୧୦ ଦିନ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ । ଅକ୍ଟୋବର ୪ରୁ ଏହି ନିୟମ ଲାଗୁ ହେବ । କୋଭିସିଲ୍ଡକୁ ବ୍ରିଟେନରେ ଅନୁମତି ଥିବା ସତ୍ତ୍ୱେ ଭାରତରେ ଏହି ଟିକା ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ୧୦ ଦିନ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯିବାକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking