30.1 C
Bhubaneswar
Sunday, May 19, 2024
Homeଓଡିଶାପାଣିରେ ବୁଡ଼ି ୨ ଶିଶୁ ମୃତ୍ୟୁ ଘଟଣା: ୯ ବର୍ଷ ପରେ ଆସିଲା ରାୟ

ପାଣିରେ ବୁଡ଼ି ୨ ଶିଶୁ ମୃତ୍ୟୁ ଘଟଣା: ୯ ବର୍ଷ ପରେ ଆସିଲା ରାୟ

କଟକ: ଅନୁଗୁଳ ବଅଁରପାଳରେ ପାଣିରେ ବୁଡ଼ି ୨ ଶିଶୁ ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ରାୟ । ୨ ଶିଶୁଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନୁଗୁଳ ଜିଲ୍ଲାପାଳଙ୍କୁ ୪ ସପ୍ତାହ ଭିତରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ଏନେଇ ନଭେମ୍ୱର ୧ ତାରିଖ ସୁଦ୍ଧା କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ସୂଚନା ଅନୁଯାୟୀ, ଅନୁଗୁଳ ବଅଁରପାଳ ୟୁପି ସ୍କୁଲ ପରିସର ଅଙ୍ଗନୱାଡ଼ି କେନ୍ଦ୍ରରେ ଅଘଟଣ ଘଟିଥିଲା । ୨୦୧୨ ସେପ୍େଟମ୍ୱର ୭ ତାରିଖରେ ସ୍କୁଲ କ୍ୟାମ୍ପସ୍ ପରିସରରେ ନୂଆ ଘର ନିର୍ମାଣ ପାଇଁ ଖୋଳା ଯାଇଥିବା ନିଅଁରେ ଥିବା ପାଣିରେ ବୁଡ଼ି ଦୁଇ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଛୋଟ ଛୋଟ ପିଲାମାନଙ୍କୁ ଅତି ଦୟନୀୟ ଭାବେ ମୃତ୍ୟୁ ମୁଖରେ ଛାଡ଼ି ଦିଆଯାଉଛି ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଦୁଇ ଶିଶୁଙ୍କ ବାପା-ମା’ କ୍ଷତିପୂରଣ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି । ହାଇକୋର୍ଟ ମାମଲାକୁ ବିଚାର କରି ଏହି ରାୟ ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking