33.1 C
Bhubaneswar
Thursday, May 23, 2024
Homeକରୋନାବିଶ୍ୱରେ ଆଉ ୫,୧୪,୬୭୩ ସଂକ୍ରମିତ

ବିଶ୍ୱରେ ଆଉ ୫,୧୪,୬୭୩ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୧୪ହଜାର ୬୭୩ ଜଣ ସଂକ୍ରମିତ ହୋଇଥିବା ବେଳେ ୯ହଜାର ୧୦୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୮ଲକ୍ଷ ୨୮ହଜାର ୨୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭ଲକ୍ଷ ୩୧ହଜାର ୫୨୬ ଜଣକୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ୧କୋଟି ୮୫ଲକ୍ଷ ୭୮ହଜାର ୪୮ଜଣ ଲୋକ ସକ୍ରିୟ ଅଛନ୍ତି ।

ସୂଚନାଯୋଗ୍ୟ , ଆମେରିକାରେ ୪କୋଟି ୩୩ ଲକ୍ଷ ୯୬ ହଜାର ୨୧୯ ସଂକ୍ରମିତ ଓ ୬ଲକ୍ଷ ୯୯ ହଜାର ୬୫୪ ମୃତ, ବ୍ରାଜିଲରେ ୨ କୋଟି ୧୨ ଲକ୍ଷ ୮୩ ହଜାର ୫୬୭ ସଂକ୍ରମିତ ଓ ୫ ଲକ୍ଷ ୯୨ ହଜାର ୩୫୭ ମୃତ, ବ୍ରିଟେନରେ ୭୫ ଲକ୍ଷ ୩୦ ହଜାର ୧୦୩ ସଂକ୍ରମିତ ଓ ୧ ଲକ୍ଷ ୩୫ ହଜାର ୬୨୧ ମୃତ, ରୁଷିଆରେ ୭୩ ଲକ୍ଷ ୩୩ ହଜାର ୫୫୭ ସଂକ୍ରମିତ ଓ ୨ ଲକ୍ଷ ୬୨୫ ମୃତ, ଫ୍ରାନ୍ସରେ ୬୯ ଲକ୍ଷ ୭୧ ହଜାର ୪୯୩ ସଂକ୍ରମିତ ଓ ୧ ଲକ୍ଷ ୧୬ ହଜାର ୩୦୯ ମୃତ, ତୁର୍କୀରେ ୬୯ ଲକ୍ଷ ୩୨ ହଜାର ୪୫୩ ସଂକ୍ରମିତ ଓ ୬୨ ହଜାର ୩୦୭ ମୃତ, ଇରାନରେ ୫୪ ଲକ୍ଷ ୭୭ ହଜାର ୨୨୯ ସଂକ୍ରମିତ ଓ ୧ ଲକ୍ଷ ୧୮ ହଜାର ୧୯୧ ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୪୫ ହଜାର ୨୬୫ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୬୮୪ ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking