30.1 C
Bhubaneswar
Friday, April 26, 2024
Homeଅପରାଧରାସ୍ତାକଡରୁ ବ୍ୟାଗ ଭିତରୁ ଉଦ୍ଧାର ହେଲା ମୃତ ନବଜାତ ଶିଶୁକନ୍ୟା

ରାସ୍ତାକଡରୁ ବ୍ୟାଗ ଭିତରୁ ଉଦ୍ଧାର ହେଲା ମୃତ ନବଜାତ ଶିଶୁକନ୍ୟା

ବ୍ରହ୍ମପୁର: ନିୟମିତ ଭାବେ ରାସ୍ତାକଡରୁ ଅଥବା ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେଉଛନ୍ତି ନବଜାତ ଶିଶୁକନ୍ୟା । କେତେବେଳେ ମୃତ ତ ଆଉ କେତେବେଳେ ଜୀବିତ । ଆଜି ପୁଣି ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ସହରରେ । ବିଡିଏ କାର‌୍ୟ୍ୟାଳୟ ସମ୍ମୁଖରେ ଥିବା ନାଳ କଡରୁ ଏକ ବ୍ୟାଗ ମଧ୍ୟରେ ନବଜାତ ତଥା ମୃତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ପ୍ରାତଃ ଭ୍ରମଣ ସମୟରେ ଶିବରାମ ପାତ୍ର ନାମକ ଜନୈକ ଆଇନଜୀବୀ ଏହି ଦୃଶ୍ୟ ଦେଖିବାକୁ ପାଇଥିଲେ । ରାସ୍ତାକଡ ନାଳରେ ବ୍ୟାଗଟିଏ ପଡିଥିବା ବେଳେ ବ୍ୟାଗକୁ କୁକୁର ଟଣାଓଟରା କରୁଥିଲେ । ସନ୍ଦେହରେ ଶିବରାମ ବ୍ୟାଗ ନିକଟକୁ ଯାଇ ଦେଖିବା ପରେ ସେଥିରେ ମୃତ ଶିଶୁକନ୍ୟା ଥିବା ଜାଣିପାରିଥିଲେ । ତେବେ କିଭଳି ଅବସ୍ଥାରେ ଓ କେଉଁ ପରିସ୍ଥିତିରେ ଶିଶୁଟିକୁ ଏଭଳି ବ୍ୟାଗରେ ଭର୍ତ୍ତି କରାଯାଇଛି ଏଠାରେ ପକାଯାଇଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । କୌଣସି ନର୍ସିଂ ହୋମ ବା ଡାକ୍ତରଖାନାରେ ଶିଶୁଟି ମୃତ ଜନ୍ମ ହେବାପରେ ତାକୁ ଏଭଳି କରାଯାଇଥିବା ଅନୁମାନ କରାଯାଉଥିବା ବେଳେ ଅବାଞ୍ଛିତ ମାତୃତ୍ବ ଓ ସାମାଜିକ ବ୍ୟାଧିରୁ ବଞ୍ଚିବାକୁ ଯାଇ ଏଭଳି କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ଘଟଣା ପ୍ରଘଟ ହେବା ପରେ ବୈଦ୍ୟନାଥପୁର ଥାନା ପୋଲିସ ଘଟଣା ସ୍ଥଳରୁ ଟିମ କ୍ଲିନ ସିଟିର ସଦସ୍ୟଙ୍କ ସହାୟତାରେ ମୃତ ଶିଶୁକନ୍ୟାକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।
https://onakhabar.com/2019/12/21/dead-73/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking