32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗନୂଆ ଆଇନରେ ଚାଷୀ ଉପକୃତ ହେବେ : ଧର୍ମେନ୍ଦ୍ର ପ୍ରଧାନ

ନୂଆ ଆଇନରେ ଚାଷୀ ଉପକୃତ ହେବେ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କୃଷି ବିଲକୁ ନେଇ ସାରା ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରେସ୍ ମିଟ୍ କରିଛନ୍ତି । ନୂଆ ଆଇନରେ ଚାଷୀ ଉପକୃତ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ, ‘କୃଷି କ୍ଷେତ୍ର ପାଇଁ ୩ଟି ବିଲ ଆଇନରେ ପରିଣତ ହୋଇଛି । ଦେଶ ତଥା ରାଜ୍ୟର ଅର୍ଥନୀତି ପାଇଁ କୃଷିର ଭୂମିକା ରହିଛି । ଅଧିକ ଲୋକଙ୍କ ସହଯୋଗିତା ପରେ ବି ଆମଦାନି ସେଭଳି ନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କାର ଆସିଥିଲା, ମାତ୍ର କୃଷି କ୍ଷେତ୍ର ଯେଉଁଠି ସେଇଠି ରହିଥିଲା ।’

ତେବେ ପ୍ରଡକ୍ସନ, ଷ୍ଟୋରେଜ ଓ ମାର୍କେଟିଂ ସ୍ୱାଧୀନତା ପାଇଁ କୃଷି ବିଲ୍ ଆସିଛି । ଆତ୍ମନିର୍ଭର ଭାରତ ଯୋଜନାରେ କୃଷି କ୍ଷେତ୍ରରେ ଟଙ୍କା ଖର୍ଚ୍ଚ ହେବ । ସରକାର ୧ ଲକ୍ଷ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ କରୁଛନ୍ତି । ଏମଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ । ମୋଦୀ ସରକାରଙ୍କ ସମୟରେ ଏମଏସପି ସର୍ବାଧିକ ବୃଦ୍ଧି ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking