32.1 C
Bhubaneswar
Wednesday, July 16, 2025
Homeଲାଇଫ୍ ଷ୍ଟାଇଲ୍ଜୀବନରେ ଖୁସି ଭରିବ ବର୍ଷା ପାଣି , ଆପଣାନ୍ତୁ ଏହି ଉପାୟ..

ଜୀବନରେ ଖୁସି ଭରିବ ବର୍ଷା ପାଣି , ଆପଣାନ୍ତୁ ଏହି ଉପାୟ..

ଭୁବନେଶ୍ୱର : ଏବେ ସାରା ରାଜ୍ୟରେ ଲଘୁଚାପର ପ୍ରଭାବରେ ପ୍ରବଳ ବର୍ଷା ଘଡ଼ଘଡ଼ି ସାଙ୍ଗକୁ ପବନ ଲାଗି ରହିଛି । ଖରା ପରେ ବର୍ଷାରୁ ମିଳିଥାଏ ନିଆରା ଆନନ୍ଦ । ବର୍ଷା ପୃଥିବୀ ପୃଷ୍ଠରେ ମଧ୍ୟ ସବୁଜିମା ଭରି ଦେଇଥାଏ । ବାସ୍ତୁରେ ମଧ୍ୟ ବର୍ଷା ସହ ଜଡ଼ିତ କେତେକ ଉପାୟ କୁହାଯାଇଛି,ଯେଉଁଗୁଡ଼ିକ ପାଳନ କରିବା ଦ୍ବାରା ଜୀବନରେ ଆସୁଥିବା ସମସ୍ତ ପ୍ରକାର ବାଧାକୁ ବର୍ଷାର ପାଣି ଦୂର କରିପାରିଥାଏ ।

ଆସନ୍ତୁ ଜାଣିବା ସେହି ଉପାୟ..

– ବର୍ଷା ପାଣିକୁ ଏକ କାଚ ବୋତଲରେ ଭର୍ତ୍ତି କରି ବେଡରୁମରେ ରଖିବା ଦ୍ବାରା ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ।

– ବାସ୍ତୁରେ କୁହାଯାଇଥାଏ ଯେ ଯଦି କୌଣସି ବ୍ୟକ୍ତି ବହୁତ ଉଦ୍ୟମ କରିବା ପରେ ମଧ୍ୟ କରଜ ସୁଝି ପାରୁ ନାହାନ୍ତି ତେବେ ବର୍ଷା ପାଣି ତାଙ୍କୁ କରଜ ସ୍ଥିତିରୁ ବାହାରକୁ ଆଣିବ। ଏଥିପାଇଁ ଏକ ବାଲଟି​‌ରେ ବର୍ଷା ପାଣି ଜମା କରନ୍ତୁ ଏବଂ ଏହି ପାଣିରେ କ୍ଷୀର ମିଶାନ୍ତୁ। ଭଗବାନଙ୍କୁ ସ୍ମରଣ କରି ଏହି ପାଣିରେ ସ୍ନାନ କରନ୍ତୁ। ଏପରି କରିବା ଦ୍ବାରା ମୁଣ୍ଡରୁ କରଜ ବୋଝ ଓହ୍ଲାଇ ଯିବ।

– ଘରେ ଯଦି ଆର୍ଥିକ ସମସ୍ୟା ଲାଗି ରହୁଛି ତେବେ ଏଥିପାଇଁ ମାଟି କଳସରେ ବର୍ଷା ପାଣି ଭର୍ତ୍ତି କରି ଉତ୍ତର ଦିଗରେ ରଖନ୍ତୁ। ଏପରି କରିବା ଦ୍ବାରା ଘରର ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ।

– ଗୋଟିଏ ପାତ୍ରରେ ପାଣି ଭର୍ତ୍ତି କରି ଛାତ ଉପରେ ରଖି ଦିଅନ୍ତୁ ଏବଂ ଧୂପ ଲାଗିବା ପରେ ପାଣିକୁ ଭଗବାନଙ୍କ ନାଁ ନେଇ ଆମ୍ବ ପତ୍ର ଉପରେ ଛାଟି ଦିଅନ୍ତୁ। ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରେ ଧନ ବୃଦ୍ଧି ହୋଇଥାଏ।

– ବର୍ଷା ପାଣିକୁ ଏକ କାଚ ବୋତଲରେ ଭର୍ତ୍ତି କରି ବେଡରୁମରେ ରଖିବା ଦ୍ବାରା ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ।

– ଯଦି ବ୍ୟବସାୟରେ ଲଗାତାର କ୍ଷତି ହେଉଛି ତେବେ ପିତ୍ତଳ ବାସନରେ ବର୍ଷା ପାଣି ଠୁଳ କରି ମାଆ ଲକ୍ଷ୍ମୀଙ୍କୁ ଏହି ଜଳରେ ଅଭିଷେକ କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking