33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଗୋରା ହେବା ପାଇଁ ଆପଣାନ୍ତୁ ଏହି ଉପାୟ

ଗୋରା ହେବା ପାଇଁ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ପ୍ରାୟ ସମସ୍ତେ ଚାହାନ୍ତି ନିଜ ମୁହଁରେ ଗ୍ଲୋ ପାଇବା ପାଇଁ । ସେଥିପାଇଁ ବିଭିନ୍ନ ପ୍ରକାର କସମେଟିକଠାରୁ ଆରମ୍ଭ କରି କ୍ରିମ , ମେଡିଟେକିକ କ୍ରିମ, ଜେଲ ଇତ୍ୟାଦି ବ୍ୟବାହର କରନ୍ତି । ଯିଏ ଯେମିତି ବତାଏ ସେମାନେ ସେମିତି କରିଚାଲନ୍ତି । ହେଲେ ଶେଷରେ ମୁହଁ ଖରାପ ହୋଇଯାଏ । ହେଲେ ଆମେ ଆପଣଙ୍କୁ କିଛି ଘରୋଇ ଟିପ୍ସ ଦେବୁ ଯାହା ଦ୍ୱାରା ଆପଣ ଫେୟାର ସ୍କିନ ପାଇପାରିବେ ।

ଆଜିର ଯୁଗରେ କିଏ ବା ଗୋରା ହେବାକୁ ନଚାହେଁ। ଏଥିପାଇଁ ସମସ୍ତେ କିଛି ନା କିଛି ଉପାୟ ଅବଲମ୍ବନ କରିଥାଆନ୍ତି। ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର କ୍ରିମ୍ ମିଳୁଛି । ଏଗୁଡ଼ିକ ଲଗାଇଲେ ଗୋରାପଣ ଆସିବ ମନେ କରି ସମସ୍ତେ ଏହି କ୍ରିମ୍ ଆଣୁଛନ୍ତି। କିନ୍ତୁ ଏପରି କିଛି ହୋଇନଥାଏ। ଏସବୁ ଲଗାଇବା ଦ୍ବାରା ଆପଣଙ୍କ ତ୍ବଚା ଖରାପ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା ଗୋରା ହେବାର କିଛି ଘରୋଇ ଉପାୟ ବିଷୟରେ..

ଏଥିପାଇଁ ଆପଣଙ୍କୁ ଏକ ମିଶ୍ରଣ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ଏହି ମିଶ୍ରଣକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଭିଟାମିନ୍-ଇ କ୍ୟାପସୁଲ,ମହୁ,ଲେମ୍ବୁ,ଚାଉଳର ଅଟା ଏବଂ ଗୋଲାପ ଜଳର ଆବଶ୍ୟକତା ପଡ଼ିବ। ପ୍ରଥମେ ଆପଣ ଏକ ପାତ୍ରରେ ଦୁଇଟି ଭିଟାମିନ୍-ଇ କ୍ୟାପସୁଲକୁ ଫଟାଇ ଏହାର ତେଲ ବାହାର କରନ୍ତୁ। ଏହାପରେ ଏଥିରେ ଆପଣ ଅଧା ଚାମଚ ମହୁ ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏଥିରେ ଚାଉଳ ଅଟା ମିଶାଇ ୧ଚାମଚ ଗୋଲାପ ଜଳ ମିଶାଇ ଫେଣ୍ଟି ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ନିଜ ତ୍ବଚାରେ ୧୫ମିନିଟ୍ ଲଗାଇ ଛାଡ଼ିଦିଅନ୍ତୁ। ଏହାପରେ ଆପଣଙ୍କ ମୁହଁକୁ ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ। ଏପରି ନିୟମିତ ୧୦ଦିନ କଲେ ଆପଣ ଫରକ ଅନୁଭବ କରିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking