ଆସିଲା ସୁଶାନ୍ତଙ୍କ ଫରେନ୍ସିକ ରିପୋର୍ଟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୩ ମାସ ବିତି ସାରିଛି । କିନ୍ତୁ ମୃତ୍ୟୁ ସହ ଜଡିତ କିଛି ପ୍ରଶ୍ନର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ, ତାହାକୁ ନେଇ ଦ୍ୱନ୍ଦ ଲାଗିରହିଛି । ଏହାରି ମଧ୍ୟରେ ସୁଶାନ୍ତଙ୍କର ଫରେନ୍ସିକ ରିପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ଦର୍ଶାଯାଇଛି । ସୁଶାନ୍ତଙ୍କୁ ହତ୍ୟା ଉଦ୍ୟମ ମଧ୍ୟ କରାଯାଇନାହିଁ ବୋଲି ରିପୋର୍ଟ ଆସିଛି । ମାମଲାର ତଦନ୍ତ କରୁଥିବା ସିବିଆଇକୁ ଅନୁସନ୍ଧାନ ରିପୋର୍ଟ ପ୍ରଦାନ କରିଛି ଏମ୍ସ ମେଡିକାଲ ବୋର୍ଡ । ଫରେନ୍ସିକ ରିପୋର୍ଟକୁ ନେଇ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତିି ଯେ, ‘ଆମେ ସିବିଆଇର ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରିଛୁ । ଆମେ ଆଗରୁ କହିଆସୁଛୁ, ସତ୍ୟକୁ କେବେବି ବଦଳାଯାଇପାରିବ ନାହିଁ ।’

LEAVE A REPLY

Please enter your comment!
Please enter your name here