ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ବ୍ଲକସ୍ଥିତ କୋରେଇଥାନା ନିକଟରେ ଥିବା ଗାନ୍ଧୀ ପ୍ରତିମୃର୍ତ୍ତୀସ୍ଥଳରେ ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନ (ମୋନା)ର ଯାଜପୁର ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ 150ତମ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ ହୋଇ ଥିଲା l ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପର୍ଣ କରା ଯାଇ ଥିଲା l ସାମାଜିକ ଦୂରତା ଅବଲମ୍ବନକରା ଯାଇ ଓଡିଶା କୁ ସଂପୂଣ୍ଣ ମଦ ମୁକ୍ତ କରିବା ପାଇଁ 2ଘଣ୍ଟା ଧାରଣା ଦିଆଯାଇଥିଲା l କରି ଗାନ୍ଧିଜୀ ଙ୍କ ରାମ ରାଜ୍ୟ ସ୍ୱପ୍ନ ର କଳ୍ପ ନା ମଦ ମୁକ୍ତ ଭାରତ ଘଟନ ପାଇଁ ଯେଉଁ ସ୍ୱପ୍ନ ଦେଖି ଥିଲେ ତାହା ବାସ୍ତବ ରେ ଫୁରଣ ହୋଇ ପାରିଲା ନାହିଁ l ଗାନ୍ଧିଜୀ ଙ୍କ ମଦମୁକ୍ତ ଭାରତ ସ୍ୱପ୍ନ କୁ ସାକାର କରିବା ପାଇଁ ନାରୀଜାତି iଜାଗ୍ରତ ହୋଇ ମଦବିରୋଧି ଅନ୍ଧୋଲନ ରେ ସାମିଲ ହୋଇ ରାଜ୍ୟ ରାସ୍ତା କୁ ଓଲ୍ଲାଇ ମଦ ଭାଟି ଭାଙ୍ଗି ଲେଣି l ଅନ୍ଧୋଲନ କୁ ତ୍ରୀବ୍ର ତର କରିବା ପାଇଁ ଯାଜପୁର ଜିଲ୍ଲାରେ ମିଳିତ ଓଡିଶା ନିଶା ନିବାରଣ (ମୋନା )ନାମକ ସଙ୍ଘଠନ ଅନ୍ଧୋଲ ଜାରି ରଖିଛି ଏହି ସଂଗଠନ ଜିଲା ସଭାପତଇଂଜିନିୟର ବିଶ୍ଵଜିତମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ପବିତ୍ର ୧୫୦ ତମଗାନ୍ଧୀଜୟନ୍ତୀ ଅବସରରେ ଓଡ଼ିଶାରୁ ମଦହଟାଇବା ବିରୋଧରେ ଦୁଇଘଣ୍ଟିଆ ଗଣଧାରଣା ଅନୁଷ୍ଠିତ ହୋଇଥିଲା .ଉକ୍ତ ଗଣଧାରଣାରେ କୋ ରେଇ ୟୁଥକ୍ଲବର ସଂପାଦକ ସେକ୍ତା ଜିବ ମହମ୍ମଦ, ମୋନାରସଭ୍ୟ ଗୌରହରି ପତି, ତପନ କୁମାର ପଟ୍ଟନାୟକ, ଅବଦୁଲ ଲୋକମାନ ବେଗ.ରାକେଶ ଚନ୍ଦ୍ରନାଥ. ପୁର୍ଣ୍ଣଚନ୍ଦ୍ରନାଥ.ଆଇନ୍ ଜୀବି ମୃତ୍ୟୁଞ୍ଜୟ ପ୍ରସାଦ ଦେବନାଥ ପ୍ରମୁଖ ଯୋଗ ଦେଇ କୋଭିଦ_ ୧୯ ନିୟମକୁ ପାଳନ କରି ଗଣଧାରଣାରେ ବସିଥିଲେ.ଏଥିରେ ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନ (ମୋନା)ର ଯାଜପୁର ଜିଲ୍ଲାର ସଂପାଦକ ଭୁବନ ମୋହନ ମହାନ୍ତିଯୋଗ ଦେଇ ଗଣଧାରଣାଟିକୁ ପରିଚାଳନା କରିବା ସହ ସର୍ବଶେଷରେ ଯୋଗଦେଇଥିବା ସମସ୍ତ ସଦସ୍ୟମାନଙ୍କୁ ଆଗାମୀ କାର୍ଯ୍ୟ କ୍ରମ ସମ୍ପର୍କ ରେ ସୂଚନା ଦେହି ଥିଲେ l ଜିଲା ବ୍ୟାପି ମଦ ବିରୋଧୀ ଅନ୍ଧୋଲନ ରେ ଯୁବକ, ଯୁବତୀ ଓ ବୁଢା ବୁଢ଼ୀ ବୁଦ୍ଧି ଯିବି ମାନଂକୁ ସାମିଲ କରା ମଦ ବିରୋଧୀ ଅନ୍ଧୋଲନ କୁ ଜୋର ଦାର କରିବା ପାଇଁ ଜିଲା ସଭାପତି ଶ୍ରୀ ମହାନ୍ତି ଆହ୍ୱାନ ଦେହି ଥିଲେ l