ବର୍ନ : ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ଷ୍ଟାର୍ ଭାରତୀୟ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କର ସୋମବାର ସ୍ୱିଜରଲାଣ୍ଡ୍ରେ ହାତର ସଫଳ ସର୍ଜରୀ ହୋଇଛି । ସୂଚନାଯୋଗ୍ୟ, ଡାଏମଣ୍ଡ୍ ଲିଗ୍ ଫାଇନାଲ୍ ପରେ ସେପ୍ଟେମ୍ବର ୧୫ ତାରିଖରେ ବାମହାତରେ ଫ୍ରାକ୍ଚର୍ ହୋଇଥିବା ନିଜେ ନୀରଜ ସୋସିଆଲ୍ ମିଡିଆ ପୋଷ୍ଟ ଜରିଆରେ ଜଣାଇଥିଲେ । ଏହି କାରଣରୁ ମାତ୍ର ୧ ସେଣ୍ଟିମିଟର ପଛରେ ରହି ୨୦୨୪ ଡାଏମଣ୍ଡ୍ ଲିଗ୍ ଫାଇନାଲ୍ ଟାଇଟଲ୍ରୁ ବଞ୍ଚିତ ହୋଇଥିଲେ । ନୀରଜ ୮୭.୮୬ ମିଟର୍ ଶ୍ରେଷ୍ଠ ଥ୍ରୋ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଗ୍ରେନେଡାର ଆଣ୍ଡରସନ୍ ପିଟର୍ସ ୮୭.୮୭ ମିଟର ସହିତ ଚଳିତ ବର୍ଷର ବିଜେତା ହୋଇଛନ୍ତି ।
ଅଭ୍ୟାସ ବେଳେ ସେପ୍ଟେମ୍ବର ୯ ତାରିଖରେ ନୀରଜଙ୍କୁ ଏହି ଆଘାତ ଲାଗିଥିଲା । ଏକ୍ସ-ରେରୁ ଜଣାପଡ଼ିଥିଲା ତାଙ୍କ ବାମହାତର ଚତୁର୍ଥ ମେନାକର୍ପଲ୍ ହାଡ଼ରେ ଫ୍ରାକ୍ଚର୍ ହୋଇଥିଲା । ତେବେ ମେଡିକାଲ୍ ଟିମ୍ ସହାୟତାରେ ସେ ଡାଏମଣ୍ଡ୍ ଲିଗ୍ ଫାଇନାଲ୍ ଖେଳିବାକୁ ସକ୍ଷମ ହୋଇଥିଲେ ବୋଲି ଜଣାଇଥିଲେ ।