ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ନିଜ ଦେଶର ଯୁବବର୍ଗଙ୍କ ପାଇଁ ଏକ ଅଭିନବ ଘୋଷଣା କରିଛନ୍ତି । ଅଫିସ୍ରେ ମିଳୁଥିବା ମଧ୍ୟାହ୍ନ ଭୋଜନ ଛୁଟି ସମୟରେ କିମ୍ବା ଅନ୍ୟ ବିରତି ସମୟରେ ଯୁବବର୍ଗମାନେ ନିଜ ସାଥୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ଏବଂ ଶୀଘ୍ର ସନ୍ତାନ ଜନ୍ମ କରିବା ଜରୁରୀ । ଏହି ଯୋଜନାରେ ପୁରସ୍କାର ଦେବାର ଏକ ବ୍ୟବସ୍ଥା ମଧ୍ୟ କରାଯାଇଛି । ରିପୋର୍ଟ ଅନୁସାରେ ୨୪ ବର୍ଷରୁ କମ୍ ମହିଳାମାନଙ୍କୁ ସେମାନଙ୍କର ପ୍ରଥମ ସନ୍ତାନର ଜନ୍ମ ସମୟରେ ୧.୦୨ ଲକ୍ଷ ରୁବଲ୍ (୯,୪୦ ଲକ୍ଷ ଟଙ୍କା) ଦିଆଯିବ ବୋଲି ଘୋଷଣା କରାଯାଇଛି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିିନ ନିର୍ଦ୍ଦେଶ ଦେଇଛନ୍ତି । ବାସ୍ତବରେ ରୁଷ୍ରେ ଏବେ ଜନ୍ମହାର ହ୍ରାସ ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଋଷ୍ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ପ୍ରକାଶ, ବର୍ତ୍ତମାନ ରୁଷିଆରେ ଜନ୍ମ ହାର ପ୍ରତି ମହିଳାଙ୍କ ପିଛା ୧.୫ ସନ୍ତାନ ଥିବାବେଳେ ଜନସଂଖ୍ୟା ହାର ବୃଦ୍ଧି ପାଇଁ ଏବଂ ଏହାକୁ ୨.୧ରେ ପହଞ୍ଚାଇବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ୟୁକ୍ରେନ ସହିତ ଯୁଦ୍ଧ ଯୋଗୁ ଦେଶର ଜନସଂଖ୍ୟା ମଧ୍ୟ ହ୍ରାସ ପାଇଛି । ପ୍ରାୟ ୧୦ ଲକ୍ଷ ଯୁବକ ଦେଶ ଛାଡି ପଳାଇଛନ୍ତି । ତେଣୁ ପୁଟିନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ରୁଷ୍ରେ ଏବେ ଗର୍ଭପାତକୁ ନିଷେଧ କରାଯାଇଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ଶେଷ କରିବା ପାଇଁ ଛାଡପତ୍ର ଫି’ ମଧ୍ୟ ବୃଦ୍ଧି କରାଯାଇଛି ।