32.1 C
Bhubaneswar
Sunday, October 4, 2026
Homeଅପରାଧସ୍ବାମୀ ସାଜିଲା ସଇତାନ, ସ୍ତ୍ରୀର ଫଟୋ, ଭିଡିଓକୁ....

ସ୍ବାମୀ ସାଜିଲା ସଇତାନ, ସ୍ତ୍ରୀର ଫଟୋ, ଭିଡିଓକୁ….

ପୁରୀ: ସ୍ତ୍ରୀର ଫଟୋ, ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ କରିବା ସ୍ୱାମୀକୁ ମହଙ୍ଗା ପଡ଼ିଛି । ଶନିବାର ସାଇବର ଥାନା ପୁଲିସ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍କୁ ପଠାଯାଇଛି । ସେ ହେଲା କାକଟପୁର ଥାନା ଅଧୀନ ବରଜିସାହିର ମନୋଜ ସିଂ (୩୭) । ତା’ଠାରୁ ପୁଲିସ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି । ପୁଲିସ ସୂଚନାନୁଯାୟୀ, ପତ୍ନୀ ସରସ୍ୱତୀ ଓ ଦୁଇ ଛୁଆଙ୍କୁ ଛାଡ଼ି ମନୋଜ ଅନ୍ୟ ଜଣେ ବିବାହିତ ମହିଳାଙ୍କ ସହ ଦୀର୍ଘ ୮ ବର୍ଷ ଧରି ଅଲଗା ରହୁଛନ୍ତି । ଶାଶୂ, ଶଶୁର ଓ ଦୁଇ ପିଲାଙ୍କୁ ନେଇ ସରସ୍ୱତୀ ରହୁଛନ୍ତି । ୨ ମାସ ତଳେ ମନୋଜ ସରସ୍ୱତୀଙ୍କ ଫଟୋ ଓ ଭିଡିଓକୁ ଏଡିଟ୍ କରି ଇନଷ୍ଟାଗ୍ରାମରେ ଭାଇରାଲ କରିଥିଲେ । ଏପରିକି ସରସ୍ୱତୀଙ୍କ ମୋବାଇଲ ନମ୍ବର ଦେଇ ଯୌନକର୍ମୀ ବୋଲି ବଦନାମ କରିଥିଲେ । ଏହାସହ ସରସ୍ୱତୀଙ୍କୁ ଜୀବନରେ ମାରିଦେବାକୁ ସୋସିଆଲ୍ ମିଡିଆରେ ଧମକ ଦେଉଥିଲା ମନୋଜ । ସରସ୍ୱତୀ ଗତ ଜୁନ୍ ୮ ତାରିଖରେ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking