29.1 C
Bhubaneswar
Saturday, April 27, 2024
Homeଓଡିଶାନକଲି ଆର୍‌ଟିଓ ଗିରଫ, ମିଛ କହି ଲୁଟୁଥିଲେ ଟଙ୍କା

ନକଲି ଆର୍‌ଟିଓ ଗିରଫ, ମିଛ କହି ଲୁଟୁଥିଲେ ଟଙ୍କା

ବରଗଡ଼: ବନ୍ଧା ହେଲେ ନକଲି ଆର୍‌ଟିଓ । ନିଜକୁ ଆର୍‌ଟିଓ ଅଧିକାରୀ ପରିଚୟ ଦେଇ ଲୋକଙ୍କଠୁ ଟଙ୍କା ଲୁଟୁ ଥିବା ଜଣେ ନକଲି ଆର୍‌ଟିଓଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ନକଲି ଆର୍‌ଟିଓଙ୍କ ନା’ ବିକ୍ରମ ବେହେରା । ବରଗଡ଼ରୁ ଏହି ନକଲି ଆର୍‌ଟିଓଙ୍କୁ ପୋଲିସ୍ ଗିରଫ କରିଛି । ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍ ଓ ଅନ୍ୟ ଗାଡ଼ିକୁ ଅଟକାଇ ସେ ଟଙ୍କା ଆଦାୟ କରୁଥିଲେ । ତାଙ୍କ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି । ସୂଚନା ଅନୁଯାୟୀ, ବିକ୍ରମ ବରଗଡ଼ ଜାତୀୟ ରାଜପଥର ଟୋଲ୍‌ଗେଟ୍ ନିକଟରେ ଏକ ଟ୍ରକ୍‌କୁ ଅଟକାଇ ବନ୍ଧୁକ ଦେଖାଇ ଟ୍ରକ୍ ଡ୍ରାଇଭରଙ୍କ ନିକଟରୁ ପ୍ରଥମେ ୫,୦୦୦ ଟଙ୍କା ନେଇଥିଲେ । ଏହାପରେ ଗାଡ଼ି ମାଲିକଙ୍କୁ ଧମକ ଦେଇ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ବିକ୍ରମ କହୁଥିଲେ । ତେବେ ଟ୍ରକ୍ ଡ୍ରାଇଭର ଜାତୀୟ ରାଜପଥ ଦେଇ ଯାଉ ଥିବାବେଳେ ରାସ୍ତାରେ ଜଣେ ପରିବହନ ଅଧିକାରୀଙ୍କୁ ଭେଟିଥିଲେ । ତାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ଯୋଜନା ମୁତାବକ, ଅଧିକ ଟଙ୍କା ଦେବାର ଲୋଭ ଦେଖାଇ ନକଲି ଆର୍‌ଟିଓ ବିକ୍ରମଙ୍କୁ ଫୋନ୍ ଯୋଗେ ଟ୍ରକ୍ ଡ୍ରାଇଭର ଏକ ସ୍ଥାନକୁ ଡାକିଥିଲେ । ଅଧିକ ଟଙ୍କା ଲୋଭରେ ଘଟଣାସ୍ଥଳରେ ପହଞ୍ଚିବା ପରେ ପୂର୍ବରୁ ସେଠାରେ ଛପି ରହିଥିବା ପୋଲିସ୍ ଓ ଆର୍‌ଟିଓ ଅଧିକାରୀ ତାଙ୍କୁ କାବୁ କରିଥିଲେ । ବିକ୍ରମ ନିଜକୁ ଆର୍‌ଟିଓ ଅଧିକାରୀ ଓ ପୋଲିସ୍ କହି ପୂର୍ବରୁ ବି ଅନେକ ଲୋକଙ୍କ ଠାରୁ ଟଙ୍କା ଲୁଟି ଥିବା ଜଣାପଡ଼ିଛି । ଅନ୍ୟପକ୍ଷେ, ବରଗଡ଼ ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking