30.1 C
Bhubaneswar
Friday, April 26, 2024
Homeଓଡିଶାଶ୍ରୀମଦ ସାରଥୀ ଦେବ ପରିବାର ନୟାଗଡ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଶ୍ରୀମଦ ସାରଥୀ ଦେବ ପରିବାର ନୟାଗଡ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୟାଗଡ : ନୟାଗଡ ଶ୍ରୀମଦ ସାରଥୀ ଦେବ ପରିବାର ନୟାଗଡ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ଖାଦ୍ୟ, ବସ୍ତ୍ର, ମାକ୍ସ, ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁପୂର୍ଣ୍ଣିମା ଅବସରରେ ନୟାଗଡ ସାରଥୀ ପରିବାର ତରଫରୁ ଖଣ୍ଡପଡ଼ା ବ୍ଲକ କୋଷ୍କା ପଂଚାୟତର ରତାଖଣ୍ଡି ଗ୍ରାମରେ ଥିବା ନିତ୍ୱାସା ବରିଷ୍ଠ ନାଗରିକ ନିବାସ ପରିସରରେ ବୃକ୍ଷରୋପଣ କରିବା ସହ ବୃଦ୍ଧ ବୃଦ୍ଧାଙ୍କ ଗହଣରେ ଖାଦ୍ୟ ବସ୍ତ୍ର, ମାକ୍ସ ବଣ୍ଟନ କରିଛନ୍ତି । ସାରଥୀ ଦେବ ପରିବାରର ଶ୍ରଦ୍ଧାଳୁମାନେ ବଣ୍ଟନ କାର୍ଯ୍ୟକ୍ରମପରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ, ବୃକ୍ଷ ହିଁ ଜୀବନ । ବୃକ୍ଷକୁ ଯଦି କରିବା ରକ୍ଷା ତେବେ ହୋଇବ ଆମ ଜୀବନ ରକ୍ଷା । ବିଭିର୍ନ ସ୍ଥାନରେ ବୃକ୍ଷ କଟାଯାଇ ଜଙ୍ଗଲ କ୍ଷୟ ହେତୁ ଅମ୍ଳଜାନର ଅଭାବ ସମସ୍ୟା ସୃଷ୍ଟି ହେଉଛି ।

ଏହାକୁ ନଜରରେ ରଖି ସାରଥୀ ପରିବାର ନୟାଗଡ ତରଫରୁ ଏ ପଦକ୍ଷେପ ନିଆ ଯାଇଛି ।  ସାରଥୀ ଶ୍ରଦ୍ଧାଳୁଙ୍କ କହିବା ଅନୁଯାଇ ଭବିଷ୍ୟତରେ ଅମ୍ଳଜାନ ଅଭାବ ଦେଖାଦେବା କଥା 2013ମସିହାରେ ଶ୍ରୀମଦ ସାରଥୀ ଦେବ ଦିବ୍ୟ ସତସଙ୍ଗ ମାଧ୍ୟମ ରେ କହିଥିଲେ । ସାରଥୀ ଙ୍କ ବାଣୀ ରେ ଅନୁପ୍ରାଣିତ ହୋଇ ସାରଥୀ ଶ୍ରଦ୍ଧାଳୁମାନେ ବୃକ୍ଷ ରୋପଣ ପରି ମହତ କାର୍ଯ୍ୟ କରିଛନ୍ତି । କେବଳ ନୟାଗଡ ଜିଲ୍ଲା ନୁହେଁ, ପ୍ରତେକ ଜିଲ୍ଲା ଓ ରାଜ୍ୟ ବାହାରେ ବିଭିର୍ନ ସ୍ଥାନରେ ବୃକ୍ଷ ରୋପଣ ସହ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିଛି ବୋଲି ନୟାଗଡ ସାରଥୀଶ୍ରଦ୍ଧାଳୁ ପରିବାର ମତ ଦେଇଛନ୍ତି । ଏହି ଅବସରରେ ସାରଥୀ ପରିବାର ତରଫରୁ ସୋମନାଥ ମହାନ୍ତି, ବେଣୁଧର ପାଗଡ଼, ପ୍ରଫୁଲ କୁମାର ସାହୁ, ରବୀନ୍ଦ୍ର ନାଥ ସାହୁ, ବିଶ୍ୱନାଥ ସାହୁ, ବାଇଧର ବେହେରା, ସନ୍ତୋଷ ଖଟୁଆ, ଶ୍ରୀଧର ରଣସିଂ, ବିଜୟଲଷ୍ମୀ ରଣସିଂ, ଆକାଶ ମୁଖି, ବନ ମାଳି ପ୍ରଧାନ, କୁଳମଣି ପଟନାୟକ, ବାଇଧର ସାହୁ, ବାବୁ ସ୍ୱାଇଁ, ଓ ବାରିଆ ଭାଇଙ୍କ ତତ୍ୱାବଧାନ ରେ କର୍ଯ୍ୟକ୍ରମ ପାଳିତ ହୋଇଛି, ପରିଶେଷ ରେ ନିତ୍ବସା ର ମ୍ୟାନେଜର ଧନ୍ୟବାଦ ଅର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking