32.1 C
Bhubaneswar
Friday, April 26, 2024
Homeଓଡିଶାବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଗଣିଆ ଥାନା ପରିସରରେ ନୟାଗଡ଼ ଜିଲ୍ଲାର ଶ୍ରେଷ୍ଠ ଏସ ଆଇ ତଥା ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ଗଣିଆ ଥାନାକୁ ନୂତନ ଭାବରେ ଯୋଗ ଦେବାକୁ ଆସିଥିବା ଥାନା ଅଧିକାରୀ ଜୟପ୍ରକାଶ ପରିଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଗଣିଆ ବ୍ଲକର ବରିଷ୍ଠ ସମାଜ ସେବୀ ତଥା ଜନପ୍ରିୟ ପ୍ରଦୀପ କୁମାର ସହୂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସଂମ୍ମାନୀତ ଅତିଥି ଭାବରେ ରାସଙ୍ଗ ପ୍ରାଥମିକ ସ୍ୱଥ୍ୟକେନ୍ଦ୍ରର ଅଧିକାରୀ ଦେବାଶିଷ ଦାଶ ,ଗଣିଆ ଥାନାର ଏଏସଆଇ ବାଳକୃଷ୍ଣ ଦାଶ ,ନରସିଂହପୁର ଯୋଡୁମୁ ପଞ୍ଚାୟତର ସରପଞ୍ଚ ଅଜୟ କୁମାର ବିଶ୍ବାଳ ,ଯୋଗଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ।ଦୀପକ ବାବୁ ଜଣେଜନପ୍ରିୟ ,ନିଷ୍ଠାପର ,,ସମାଜପ୍ରେମୀ ,ବନ୍ଧୁପ୍ରେମୀ ,ମେଳାପୀଵ୍ୟକ୍ତିତ୍ୱ ଥିଲେ ।ସେ ଦୀର୍ଘ ଚାରିବର୍ଷ ଗଣିଆ ଥାନାରେ କାର୍ଯକରି ଆସୁଥିଲେ ।ପୂର୍ବରୁ କେବେ କୌଣସି ଅଧିକାରୀ ଦୁଇ ରୁ ଅଢେଇ ବର୍ଷ ରହି ନଥିବାବେଳେ ସେ ଚାରିବର୍ଷ ରହି ଲୋକମାନଙ୍କର ସେବା କରିବାରେ ନିଜକୁ ନିୟୋଜିତ କରିଚାଲିଥିଲେ ।ଦୀପକ ବାବୁ ସେ ତାଙ୍କର ଧର୍ମ ପତ୍ନୀଙ୍କୁ ଶ୍ରେୟ ଦେଇଛନ୍ତି କାରଣ ସେ ତାଙ୍କୁ ଆଗକୁ ଯିବାପାଇଁ ପ୍ରେରଣା ଦେଇଥିଲେ । ସେ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ଯଦିଓ ମୁ ଚାରିବର୍ଷ ଭିତରେ ମୋର କର୍ତ୍ତବ୍ୟ କରିଛି ,ଯଦିଓ ମୋ କଥା ଓ କାର୍ଯ୍ୟ କାହାରିକୁ କଷ୍ଟ ଲାଗିଥାଏ ତାହାହେଲେ ମୋତେ କ୍ଷମା କରିଦେବେ ବୋଲି କୋହଭରା କଣ୍ଠରେ କହିଥିଲେ ।

ସେ ନୂତନ ଭାବରେ ଯୋଗଦେଇଥିବା ଏସ ଆଇ ଜୟପ୍ରକାଶ ବାବୁଙ୍କୁ ଗଣିଆ ବିଷୟରେ ଅବଗତ କରିବା ସହିତ ଗଣିଆର ଜନସାଧାରଣ ଙ୍କ ସ୍ଵାର୍ଥ ପାଇଁ ସବୁକିଛି କରିବାକୁ ଆହ୍ୱାନ ଦେଇଥିଲେ । ସେ କହିଥଲେ ଗଣିଆ ମୋ ମାଟି ,ଯଦିଓ କେବେ କାହାର କୌଣସି କାମ ମୋ ପାଖରେ ପଡିବ ମୁ ସମସ୍ତଙ୍କୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଗଣିଆ ପନ୍ଚୁପାଣ୍ଡଵ ସାମ୍ବାଦିକ ସଙ୍ଘର କର୍ମକର୍ତା ମାନେ ଉଭୟ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଲୋକମାନଙ୍କର ସେବା କରିବାପାଇଁ ଧର୍ଯ୍ୟ ଓ ସାହସ ସହିତ ଉତରତର ଉର୍ଣ୍ଣତି କାମନା କରିବା ସହିତ ଭଗବାନ ଙ୍କ ପାଖରେ ଦୀର୍ଘାୟୁ କାମନା କରିଥିଲେ ।ସମ୍ବର୍ଦ୍ଧନା ସଭାରେ ମହାବୀର ବଣିକ ସଂଘର କର୍ମକର୍ତା ,ଗଣିଆ ବ୍ଲକର ସମସ୍ତ ସରପଞ୍ଚ ,ସମିତିସଭ୍ୟ ,ଜିଲ୍ଲାପରିସଦ ସଭ୍ୟ ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ ।ଆଜି ଗଣିଆ ଥାନା ଅଧିକାରୀ ଜୟପ୍ରକାଶ ପରିଡାଙ୍କୁ ଗଣିଆ ତଳବଜାରରୁ କୋଭିଡ ନିୟମ ପାଳନ କରି ଫୁଲତୋଡା ଓ ଉତରୀୟ ଦେଇ ସ୍ୱାଗତ କରାଯାଇ ଗଣିଆ ଥାନାକୁ ଅଣାଯାଇଥିଲା ,ଥାନାରେ ଦାଇତ୍ୱ ହସ୍ତାନ୍ତର କରିବାପରେ ଜିଲ୍ଲାର ଶେଷ୍ଠ ଏସଆଇ ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଗଣିଆ ଥାନାରୁ କୋଭିଡ ନିୟମପାଳନ କରାଯାଇ ଗଣିଆ ବ୍ଲକର ଶୁଭେଛୁମାନେ ଗଣିଆର ଚୌବଙ୍ଗ ଛକପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking