30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: ନବଜୋତ ସିଂହ ସିଦ୍ଧୁ ପଂଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସେ କଂଗ୍ରେସରେ ହିଁ ରହିବେ ବୋଲି କହିଛନ୍ତି । ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି, ସେ କଂଗ୍ରେସ ଦଳର ସଦସ୍ୟ ହୋଇ ରହିବେ । ପଂଜାବରେ ଆଜି ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି ଓ ଏହାର କିଛି ଘଣ୍ଟା ପରେ ସିଦ୍ଧୁ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଏହା ପଛରେ ନିହାତି କିଛି ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି ।
ଯେତେବେଳେ ପଂଜାବରେ ମନ୍ତ୍ରୀଙ୍କ ନାମ ନିଷ୍ପତି କରାଗଲା, ସେତେବେଳେ ରାହୁଲ ଗାନ୍ଧୀ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କ କଥା ରେ ଏହି ନିଷ୍ପତ୍ତି ନେଇଛନ୍ତି । ଏଥିରେ କେବେ ବି ନବଜୋତ ସିଂହ ସିଦ୍ଧୁଙ୍କ ନାମ ସାମିଲ କରାଯାଇନଥିଲା । ପ୍ରଥମ ଦିନ ବୈଠକରେ ତାଙ୍କୁ ନିହାତି ଭାବରେ ଡକାଯାଇଥିଲା । ହେଲେ ରାହୁଲ ଯେତେବେଳେ ସିମଲାରୁ ଫେରିଥିଲେ, ସେତେବେଳର ମିଟିଂରେ ସିଦ୍ଧୁଙ୍କୁ ସାମିଲ କରାଯାଇନଥିଲା । ଆଉ ଏକ କାରଣ ହେଲା ଯେ, ସିଏମ ଚନ୍ନୀ ଯେଉଁ ଲୋକଙ୍କ ନାମ ଫାଇନାଲ କରିବା ଆରମ୍ଭ କଲେ, ତେଣିକି ସେ ଡିଜିପି ହୁଅନ୍ତୁ କିମ୍ବା ଆଡଭୋକେଟ ଜେନେରାଲ, ଏଥିରେ ବି ସିଦ୍ଧୁଙ୍କ ନାମ ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking