32.1 C
Bhubaneswar
Friday, April 26, 2024
Homeଓଡିଶାଆଜି ନିତି ଆୟୋଗ ବୈଠକରେ ଯୋଗ ଦେବେ ନବୀନ

ଆଜି ନିତି ଆୟୋଗ ବୈଠକରେ ଯୋଗ ଦେବେ ନବୀନ

ଭୁବନେଶ୍ୱର : ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଓ ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୩ ଦିନିଆ ଦିଲ୍ଲୀଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଷ୍ଟ୍ରପତି ଭବନରେ ଆୟୋଜିତ ‘ଆଜାଦୀକା ଅମୃତ ମହୋତ୍ସବ’ ବୈଠକରେ ଯୋଗ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି । ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରିଥିଲେ ।

ସୂଚନାଯୋଗ୍ୟ ଯେ, ୭୫ତମ ସ୍ୱାଧୀନତା ଅବସରରେ ସାରା ଦେଶରେ ପାଳନ କରାଯାଉଛି ‘ଆଜାଦୀକା ଅମୃତ ମହୋତ୍ସବ’ । ଏହି ଅବସରରେ ସେ ‘ଆଜାଦୀକା ଅମୃତ ମହୋତ୍ସବ’ ପାଇଁ ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ଦେଇଥିଲେ । ନେତାଜୀ ସୁବାଷ ବୋଷଙ୍କ ସ୍ୱାଧୀନତା ସଂଗ୍ରାମରେ ଅବଦାନ ପ୍ରସଙ୍ଗ ଉପରେ ସେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସେ ଏହି ଉତ୍ସବର ସଫଳତା କାମନା କରିଥିଲେ । ଏଥିସହ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ବୋଲି କହିଥିଲେ ।

ରବିବାର ନିତି ଆୟୋଗର ୭ମପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ଏହି ବୈଠକରେ ସେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇବେ ବୋଲି କହିଛନ୍ତି । ଏଥିସହ କୃଷି, ସ୍ୱାସ୍ଥ୍ୟ ସହ ରାଜ୍ୟ ସ୍ୱାର୍ଥ୍ୟ ସମ୍ବଳିତ ପ୍ରସଙ୍ଗ ଉଠାଇବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଦୀର୍ଘ ୨ ଦଶନ୍ଧି ହେବ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କେନ୍ଦ୍ର ନିକଟରେ ଦାବି ହୋଇଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇ ଏହାକୁ ଅଣଦେଖା କରି ଚାଲିଛନ୍ତି । ସେହିରି କୃଷି, ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅଧିକ ଅର୍ଥ ସହାୟତା ଯୋଗାଇ ଦେବାକୁ ବୈଠକରେ ସେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking