29.1 C
Bhubaneswar
Thursday, October 6, 2022
Homeଓଡିଶାଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଶ୍ରାବଣ ଶେଷ ସୋମବାରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ...

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଶ୍ରାବଣ ଶେଷ ସୋମବାରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ

ଭୁବନେଶ୍ୱର  : ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ରବିବାର ରାତି ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରେ ରାତ୍ରି ଯାପନ କରିବେ । ୮ ତାରିଖ ସକାଳେ ଶ୍ରାବଣ ମାସ ଶେଷ ସୋମବାର ହୋଇଥିବାରୁ ଶ୍ରୀ ଶାହା ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନକରିବେ । ଏହାପରେ ଅମୃତ ମହୋତ୍ସବ ଅବସରରେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଯାଇ ତାଙ୍କ ଜନ୍ମପୀଠରେ ବୁଲିବା ସହ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।

ଏହାପରେ କଟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ଫେରିବା ପରେ ଦିନ ୩ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋର୍‌ କମିଟି ସଦସ୍ୟ ଓ ପଦାଧିକାରୀଙ୍କ ସହ ବୈଠକରେ ମିଳିତ ହେବେ । ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଅପରାହ୍ଣ ୫ଟାରେ ସେ ଡିଜିଟାଲ୍‌ ଇଣ୍ଡିଆର ଉନ୍ମୋଚନ କରିବେ । ସନ୍ଧ୍ୟା ୬ଟା ୧୫ରେ ସେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଶ୍ରୀ ଶାହାଙ୍କ ଗସ୍ତକୁ ନଜରରେ ରଖି ବିଜେପି ପକ୍ଷରୁ ପ୍ରସ୍ତୁତି ପର୍ବକୁ ଜୋର୍‌ଦାର୍‌ କରାଯାଇଛି । ହୋଡିଂରେ ରାସ୍ତାଘାଟ ଭର୍ତ୍ତି ହୋଇଯାଇଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି, ଆଜାଦୀ କା ଅମୃତ ମହୋତ୍ସବ ତଥା ତ୍ରିରଙ୍ଗା ଯାତ୍ରା ଅବସରରେ ଶ୍ରୀ ଶାହାଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଶାହାଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking