39.1 C
Bhubaneswar
Friday, April 26, 2024
Homeଓଡିଶାଯୁବକଙ୍କୁ ଘରକୁ ଡାକି ଜାଳିଦେଲେ

ଯୁବକଙ୍କୁ ଘରକୁ ଡାକି ଜାଳିଦେଲେ

ନାଉଗାଁ : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଙ୍ଗଦା ଠାରେ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଜଣେ ଯୁବକ ପୋଡ଼ିହୋଇ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ଢେଙ୍କାନାଳ ଭୁବନ ଅଞ୍ଚଳର ବିପିନ କୁମାର ସାହୁ ନାମକ ଯୁବକ ଗଙ୍ଗଦା ଠାରେ ରହି ମାର୍ବଲ ମିସ୍ତ୍ରିଭାବେ କାମ କରିଆସୁଥିଲେ । ବୁଧବାର ରାତି ୧୧ଟା ସମୟରେ ସେ ରହୁଥିବା ସ୍ଥାନରୁ ପ୍ରାୟ ୨କିଲୋମିଟର ଦୂରରେ ପୋଡ଼ିହୋଇ ରାସ୍ତାରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ପ୍ରଥମେ ନାଉଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା । ଯୁବକ ଜଣକ  ୭୦ଭାଗରୁ ଅଧିକ ପୋଡ଼ି ଯାଇଥିବା ବେଳେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି । ତେବେ ଉକ୍ତ ଯୁବକ ଡାକ୍ତରଙ୍କୁ ଦେଇଥିବା ବୟାନ ଅନୁସାରେ ସେ ଗଙ୍ଗଦା ଅଞ୍ଚଳର ଜୈନିକ ଯୁବତୀଙ୍କୁ ପ୍ରେମ କରୁଥିଲେ । ଉକ୍ତ ଯୁବତୀ ତାଙ୍କୁ ସେହି ରାତିରେ ନିଜ ଘରକୁ ଡାକି ତାଙ୍କ ଉପରକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲା । ଯାହା ଫଳରେ ସେ ଅଧାପୋଡ଼ା ଅବସ୍ଥାରେ ସେଠାରୁ ଆସି କିଛି ଦୂରରେ ପଡ଼ିଯାଇଥିଲେ ।

ଅନ୍ୟପଟେ ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୋଗ ଅନୁଯାୟୀ ବିପିନ ଗତ ଦୁଇବର୍ଷ ହେବ ତାଙ୍କ ଝିଅକୁ ଏକତରଫା ପ୍ରେମ କରିବା ସହିତ ଅଶ୍ଳିଳ ଭାଷାରେ ଗାଳିଗୁଳଜ କରିଆସୁଥିଲା । ଏମିତିକି ତାଙ୍କୁ ବିଭାହ ନକଲେ ସେ ତା ଉପରକୁ ଏସିଡ୍‍ ପକାଇ ଦେବାର ଧମକ ମଧ୍ୟ ଦେଉଥିଲା । ଯାହାକୁନେଇ ଯୁବତୀଙ୍କ ପରିବାର ପକ୍ଷରୁ ଗତ ୨୦୧୯ ଜୁନ ୨୩ ତାରିଖରେ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଅନୁସାରେ ବିପିନ  ନାମରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ତେବେ ବୁଧବାର ରାତ୍ରରେ ବିପିନ  ତାଙ୍କ ଘରକୁ ଆସି ନଥିବା ବେଳେ ତାଙ୍କ ଝିଅକୁ ଫସାଇବା ପାଇଁ ଏମିତି ଅଘଟଣ ଘଟାଇଥିବା କୁହାଯାଇଛି । ଏ ସମ୍ପର୍କରେ ନାଉଗାଁ ଥାନା ଅଧିକାରୀଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking