24.1 C
Bhubaneswar
Tuesday, March 19, 2024
Homeଖେଳଇନ୍‌ଜୁରୀ ଟାଇମ୍ ଗୋଲ୍‌ରେ ଜିତିଲା ଏଟିକେଏମ୍‌ବି

ଇନ୍‌ଜୁରୀ ଟାଇମ୍ ଗୋଲ୍‌ରେ ଜିତିଲା ଏଟିକେଏମ୍‌ବି

ଗୋଆ: ଚଳିତ ଆଇଏସ୍‌ଏଲର ସପ୍ତମ ସଂସ୍କରଣରେ ଗୁରୁବାର ପଞ୍ଚଦଶ ମ୍ୟାଚ୍ ଖେଳାଯାଇଛି । ଏଥିରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)ର ମୁକାବିଲା ଏଟିକେ ମୋହନ ବାଗାନ୍ (ଏଟିକେଏମ୍‌ବି) ସହ ହୋଇଥିବା ବେଳେ ଓଏଫ୍‌ସି ଦ୍ୱିତୀୟ ପରାଜୟ ବରଣ କରିଛି । ନିର୍ଦ୍ଧାରିତ ସମୟରେ କୌଣସି ଦଳ ଗୋଲ୍ ଦେଇପାରି ନ ଥିବା ବେଳେ ଇନ୍‌ଜୁରୀ ଟାଇମ୍‌ରେ ରୟ କ୍ରିଷ୍ଣା ଗୋଲ୍ ଦେଇ ଏଟିକେଏମ୍‌ବିକୁ କ୍ରମାଗତ ତୃତୀୟ ବିଜୟ ଦେଇଛନ୍ତି । ଏଥିସହ ଟିମ୍ ୯ ପଏଣ୍ଟ୍ ପାଇ ପଏଣ୍ଟ୍ ଟେବଲର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ ଅଦ୍ୟାବଧି ମାତ୍ର ଗୋଟିଏ ପଏଣ୍ଟ୍ ପାଇଥିବା ଓଏଫ୍‌ସି ଦଶମ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ ଏଫସିଠାରୁ ହାରିଥିବା ଓଏଫ୍‌ସି ଦ୍ୱିତୀୟ ମ୍ୟାଚ୍‌କୁ ଜାମସେଦପୁର ଏଫ୍‌ସିହ ଡ୍ର ରଖିଥିଲା ।

ଅନ୍ୟପକ୍ଷରେ ୯୫ତମ ମିନିଟ୍‌ରେ ଗୋଲ୍ କରିଥିବା କ୍ରିଷ୍ଣା ଚଳିତ ସଂସ୍କରଣରେ ତାଙ୍କର ଗୋଲ୍ ସଂଖ୍ୟାକୁ ୩ରେ ପହଞ୍ଚାଇଛନ୍ତି । ଉଭୟ ଦଳ ପୂର୍ବ ମ୍ୟାଚ୍ ତୁଳନାରେ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ଲେଖାଏଁ ପରିବର୍ତ୍ତନ କରିଥିଲେ । ପ୍ରଥମାର୍ଦ୍ଧ ଖେଳରେ ଆଣ୍ଟୋନିଓ ହବାସଙ୍କ ଏଟିକେଏମ୍‌ବି ଟିମ୍‌ର ଖେଳାଳିମାନେ ଅଧିକାଂଶ ସମୟରେ ବଲ୍‌କୁ ନିଜ କବ୍‌ଜାରେ ରଖିପାରିଥିଲେ । କିନ୍ତୁ ୩୮ତମ ମିନିଟ୍‌ରେ ଓଏଫ୍‌ସି ଏକ ଗୋଲ୍ ସୁଯୋଗ ହାତଛଡ଼ା କରିଥିଲା । ଏଟିକେଏମ୍‌ବି ଖେଳାଳି କୋଲେ ଆଲେକଜାଣ୍ଡର୍ ଭୁଲ୍‌ବଶତଃ ଏକ କ୍ରସ୍ ଶଟ୍ ମାରିଥିଲେ, ଯାହାକି ତାଙ୍କ ଗୋଲ୍‌ପୋଷ୍ଟ୍ ଆଡ଼କୁ ଯାଇଥିଲା । ସେଠାରେ ଓଏଫସିର ଜାକବ୍ ଟ୍ରାଟ୍ ହେଡର୍ ମାଧ୍ୟମରେ ଗୋଲ୍ ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ବଲ୍ ତାଙ୍କ ମୁଣ୍ଡକୁ ସ୍ପର୍ଶ କରିପାରି ନ ଥିଲା ।

ଏହାପରେ ଓଏଫ୍‌ସି ଏଟିକେଏମ୍‌ବିର ରକ୍ଷଣ ବିଭାଗ ଭେଦିଚାଲିଥିଲା । ଏହା ସତ୍ତ୍ୱେ ବି ପ୍ରଥମାର୍ଦ୍ଧଟି ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ପରସ୍ପରକୁ ଚାଲେଞ୍ଜ୍ ଦେବା ଭଳି ଖେଳିଥିଲେ । ତଥାପି ଇନ୍‌ଜୁରୀ ଟାଇମର ଚତୁର୍ଥ ମିନିଟ୍ ପର୍ଯ୍ୟନ୍ତ ମ୍ୟାଚ୍‌ଟି ଡ୍ର ରେ ଶେଷ ହେବ ବୋଲି ମନେ କରାଯାଉଥିଲା । କିନ୍ତୁ ତିରିଙ୍କ ପାସ୍‌କୁ ସନ୍ଦେଶ ଝିଙ୍ଗାନ୍ ସର୍କଲ୍ ଭିତରକୁ ମାରିଥିଲେ ଓ ଏହାକୁ କ୍ରିଷ୍ଣା ହେଡର୍ ମାଧ୍ୟମରେ ଗୋଲ୍‌ରେ ପରିଣତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking