31.1 C
Bhubaneswar
Friday, March 29, 2024
Homeଓଡିଶାକୁନିଝିଅର ଗାଲକୁ ବ୍ଲେଡରେ କାଟିଲା ସାବତ ମା’ 

କୁନିଝିଅର ଗାଲକୁ ବ୍ଲେଡରେ କାଟିଲା ସାବତ ମା’ 


ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଗୁରୁବାର ଘଟିଛି ଏକ ଅଭାବନୀୟ ଘଟଣା । କାମପଡା ଗ୍ରାମରେ ଜଣେ ୯ବର୍ଷର ଝିଅର ଗାଲକୁ ବ୍ଲେଡରେ କାଟିଦେଇଛି ସାବତ ମା’ । ଖବର ପାଇ ଚାଇଲ୍ଡାଲାଇନ ଟିମର ସଦସ୍ୟା ପହଞ୍ଚି କୁନିଝିଅକୁ ଉଦ୍ଧାର କରିବା ସହିତ ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, କାମପଡ଼ା ଗ୍ରାମର ଦିଲ୍ଲୀପ ଦିଗାଲଙ୍କ ପ୍ରଥମ ସ୍ତ୍ରୀଙ୍କ ଦେହାନ୍ତ ପରେ ଦିଲୀପ ପାର୍ବତୀ କହଁରଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କର ମଧ୍ୟ ଗୋଟିଏ ପୁଅ ଅଛି । ପ୍ରଥମ ସ୍ତ୍ରୀର ୯ବର୍ଷର ଝିଅଟିଏ ଅଛି । ଗତକାଲି ପୁଅଟି ଗୋଟିଏ ବ୍ଲେଡରେ ଖେଳୁଥିଲା। କୁନିଝିଅଟି ସେହି ବ୍ଲେଡକୁ ଛଡାଇ ଆଣି ସାବତ ମା’କୁ ଦେଉଥିଲା । ଏହି ସମୟରେ ପୁଅଟି ତଳେ ବସିଥିବା ବେଳେ ହଠାତ୍ ଉଠିପଡ଼ିବାରୁ ପୁଅର ଦେହରେ ବ୍ଲେଡ ବାଜିଯାଇଥିଲା । ଏହାକୁ ସାବତ ମା’ ଦେଖି ମୋ ପୁଅ ଦେହରେ ବ୍ଲେଡ କାହିଁକି ବଜାଇଲୁ କହି ସାବତ ଝିଅର ଗାଲକୁ କାଟି ପକାଇଥିଲା । ଖବର ପାଇ ଚାଇଲ୍ଡଲାଇନ ଟିମ ତାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଅବଗତ ହେବା ସହିତ ଝିଅକୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ । ଚାଇଲଡ଼ଲାଇନ୍‌ର ସଭ୍ୟମାନେ ପଡ଼ୋଶୀ ଲୋକଙ୍କୁ ପଚାରାଉଚରା କରିବା ପରେ ସାବତ ମା’ ପାର୍ବତୀ ସାବତ ଝିଅକୁ ଅନେକ ସମୟରେ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଉଥିବା ଜାଣିବାକୁ ପାଇଥିଲେ । ଏଥିସହିତ ତାକୁ ଖାଇବା ପିଇବାକୁ ବି ଦେଉନଥବା ନେଇ ଅବଗତ ହୋଇଥିଲେ । ଝିଅକୁ ଉଦ୍ଧାର କରି ବାଲିଗୁଡା ଥାନାରେ ମାମଲା ରୁଜୁ କରାଯିବା ସହିତ ବନବାସୀ ସେବା ସମିତିରେ  ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking