38.1 C
Bhubaneswar
Friday, April 26, 2024
Homeଖେଳଜାତୀୟ ସବ୍‌ଜୁନିଅର୍ ପୁରୁଷ ହକି; ଆଜି ସେମିରେ ଲଢ଼ିବ ଏଚ୍‌ଏଓ

ଜାତୀୟ ସବ୍‌ଜୁନିଅର୍ ପୁରୁଷ ହକି; ଆଜି ସେମିରେ ଲଢ଼ିବ ଏଚ୍‌ଏଓ

ଭୁବନେଶ୍ୱର: ରାଉରକେଲାରେ ଚାଲିଥିବା ତ୍ରୟୋଦଶ ଜାତୀୟ ସବ୍‌ଜୁନିଅର୍ ପୁରୁଷ ହକି ଚାମ୍ପିଅନ୍‌ଶିପ୍‌ର ସେମିଫାଇନାଲ୍ ମୁକାବିଲା ଶନିବାର ଖେଳାଯିବ । ପ୍ରଥମ ସେମିରେ ଡିଫେଣ୍ଡିଂ ଚାମ୍ପିଅନ୍ ଉତ୍ତର ପ୍ରଦେଶ ସହ ହରିଆଣାର ଏବଂ ଦ୍ୱିତୀୟ ସେମିରେ ଘରୋଇ ହକି ଆସୋସିଏସନ୍ ଅଫ୍ ଇଣ୍ଡିଆ ସହ ମଧ୍ୟପ୍ରଦେଶର ମୁକାବିଲା ହେବ । ପୁଲ୍ ପର୍ଯ୍ୟାୟରେ ଅନ୍ୟ ୩ଟି ଟିମ୍ ପରି ଏଚ୍‌ଏଓ ଅପରାଜେୟ ରହିବା ସହ ପୁଲ୍ ଟପ୍ପର୍ ରହିଥିଲା । ତେଣୁ ସେମିଫାଇନାଲ୍ ମୁକାବିଲା ନିଶ୍ଚିତ ଭାବେ ସଂଘର୍ଷପୂର୍ଣ୍ଣ ହେବ ।

ଏଚ୍‌ଏଓ ତା’ର କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଦାଦ୍ରା ଓ ନଗର ହାବେଳୀ ଏବଂ ଡାମନ୍ ଡିଉକୁ ୭-୦ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଟୁର୍ଣ୍ଣାମେଣ୍ଟ୍‌ରେ ଦଳ ୨୭ଟି ଗୋଲ୍ ଦେଇଥିବା ବେଳେ ଗୋଟିଏ ବି ଗୋଲ୍ ବରଣ କରିନାହିଁ । ଦଳ ସେମି ମୁକାବିଲାରେ ନିଶ୍ଚିତ ଭାବେ ଘରୋଇ ଦର୍ଶକଙ୍କ ସମର୍ଥନ ଲାଭ କରିବ, ଯାହାକି ମଧ୍ୟପ୍ରଦେଶ ବିପକ୍ଷରେ ଏହାରା ମୁଖ୍ୟ ଅସ୍ତ୍ର ସାବ୍ୟସ୍ତ ହେବାର ସମ୍ଭାବନା ରହିଛି । ମଧ୍ୟପ୍ରଦେଶ ଏକ ଶକ୍ତିଶାଳୀ ଟିମ୍ ହୋଇଥିଲେ ମଧ୍ୟ ଏଚ୍‌ଏଓର ଖେଳାଳିମାନେ କୌଣସି ବାଧାକୁ ଟପିବାର ମାନସିକତା ନେଇ ଟୁର୍ଣ୍ଣାମେଣ୍ଟ୍‌ରେ ଆଗେଇ ଚାଲିଥିବା ଦଳର କୋଚ୍ କହିଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ରେ ଦଳକୁ ଗତ ମ୍ୟାଚ୍‌ଗୁଡ଼ିକରେ ପାଖାପାଖି ୫ ହଜାର ଦର୍ଶକଙ୍କ ସମର୍ଥନ ମିଳିଛି । ସେମିଫାଇନାଲ୍‌ରେ ମଧ୍ୟ ସମାନ ସମର୍ଥନ ମିଳିିବ ଓ ଏହାକୁ ଭିତ୍ତି କରି ଏଚ୍‌ଏଓ ନିଶ୍ଚିତ ଭାବେ ସକାରାତ୍ମକ ଫଳ ପାଇବ ବୋଲି ଏଚ୍‌ଏଓ କୋଚ୍ ଆଶା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking