30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗନ୍ୟାସନାଲ ହିରୋ ଗାନ୍ଧିଜୀ

ନ୍ୟାସନାଲ ହିରୋ ଗାନ୍ଧିଜୀ

ଭୁବନେଶ୍ୱର : ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କୁ ମସ୍ତେ ଶ୍ରଦ୍ଧାରେ ବାପୁଜୀ ବା ଗାନ୍ଧିଜୀ ବୋଲି ସମ୍ବୋଧନ କରନ୍ତି । ତେବେ କଳା ଗୋରା ଭେଦ ଭାବର ଶିକାର ହେବା ପରେ ଗାନ୍ଧିଜୀ ଏଥିରେ ଚୁପ ନରହି ଏହାର ପ୍ରତିବାଦ କରିଥିଲେ । ୧୮୯୪ ଗାନ୍ଧିଜୀ ଭାରତ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବିଚାର କରୁଥିବା ସମୟରେ ଦକ୍ଷିଣ ଆଫ୍ରିକାରେ ବାରତୀୟମାନଙ୍କ ଠାରୁ ଭୋଟ ଦେବାର ଅଧିକାର ଛଡାଇ ନେବା ପାଇଁ ଏକ ଆଇନ ପ୍ରଣୟନ ହୋଇଥିଲା । ଗାନ୍ଧିଜୀ ଏହା ବିରୋଧରେ ପ୍ରତିବାଦ କରିଥିଲେ । କିନ୍ତୁ ଏହି ନିୟମ ପ୍ରଣୟନ ହୋଇଥିଲା । ତା ପରେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ରହି ଭାରତୀୟମାନଙ୍କୁ ଏକ କରିବା ପାଇଁ ୧୮୯୪ରେ ନାଟାସ ଇଣ୍ଡିଆନ କଂଗ୍ରେସ ଗଠନ ରେ ସାହାଯ୍ୟ କରିଥିଲେ । ୧୯୦୬ରେ ଇଂରେଜମାନେ ଜୁଲୁ ରାଜ୍ୟ ସହିତ ଯୁଦ୍ଧ କରିଥିଲେ । ଇଂରେଜମାନଙ୍କର କଳାଲୋକମାନଙ୍କ ପ୍ରତି ଥିବା ଘୃଣାଭାବ ଦୂର କରିବା ପାଇଁ ଗାନ୍ଧିଜୀ ଏହି ଯୁଦ୍ଧରେ ଇଂରେଜମାନଙ୍କ ସପକ୍ଷରେ ୨୦ ଜଣ ଭାରତୀୟ ଓ ଆଫ୍ରିକାର କଳା ଲୋକଙ୍କୁ ନେଇ ଏକ ଆମ୍ବୁଲାନ୍ସ ଟିମ ଗଠନ କରିଥିଲେ । ଏହି ଟିମ ଯୁଦ୍ଧରେ ଆହତ ଇଂରେଜ ସୈନ୍ୟମାନଙ୍କୁ ଏବଂ ଜୁଲୁ ଭିକ୍ଟିମ ମାନଙ୍କୁ ମେଡିକାଲ ସେବା ପ୍ରଦାନ କରିଥିଲା । କିନ୍ତୁ ଇଂରେଜମାନେ ଏହାର ବିରୋଧ କରିବା ସହିତ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ୧୯୧୦ରେ ଗାନ୍ଧିଜୀ ଟଲସଟଏ ନାମରେ ଏକ ଫାର୍ମ ନାମରେ ଏକ କମ୍ୟୁନିଟି ଗଠନ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିବା । ୧୯୯୪ରେ ଶେଷରେ ସାଉଥ ଆଫ୍ରିକାନମାନେ ଭୋଟ ଦେବା ଅଧିକାର ଫେରିପାଇଲେ । ଏବଂ ଗାନ୍ଧିଜୀଙ୍କୁ ନ୍ୟାସନାଲ ହିରୋ ଭାବରେ ନାମିତ କରାଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking