ବାପୁ ସର୍ବଦା ଚାହୁଁଥିଲେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ

ଭୁବନେଶ୍ୱର : ୧୯୧୦ରେ ଗାନ୍ଧିଜୀ ଟଲସଟଏ ନାମରେ ଏକ ଫାର୍ମ ନାମରେ ଏକ କମ୍ୟୁନିଟି ଗଠନ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିବା । ୧୯୯୪ରେ ଶେଷରେ ସାଉଥ ଆଫ୍ରିକାନମାନେ ଭୋଟ ଦେବା ଅଧିକାର ଫେରିପାଇଲେ । ଏବଂ ଗାନ୍ଧିଜୀଙ୍କୁ ନ୍ୟାସନାଲ ହିରୋ ଭାବରେ ନାମିତ କରାଗଲା । ଏହା ଭିତରେ ବିତି ଯାଇଥିଲା ୨୧ ବର୍ଷ । ୧୯୧୫ରେ ଗୋପାଳ କ୍ରିଷ୍ଣ ଗୋଖଲେଙ୍କ ଅନୁରୋଧରେ ଗାନ୍ଧିଜୀ ଭାରତ ପ୍ରତ୍ୟାବର୍ତ୍ତନ କଲେ । ଏହି ସମୟରେ ସେ ଜଣେ ରାଷ୍ଟ୍ରବାଦି , ତତ୍ତ୍ୱଉଦଭାବକ ଏବଂ ଗୋଷ୍ଠୀସଂଗଠନକାରୀ ଭାବରେ ପ୍ରସିଦ୍ଧ ଥିଲେ । ଯେତେବେଳେ ସେ ବାରତ ପହଂଚିଥିଲେ ସେତେବେଶେ ଭାରତୀୟମାନେ ଚାରିଆଡେ ଇଂରେଜମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲେ । ଜମିଦାରମାନଙ୍କ ଶକ୍ତିରୁ ପ୍ରଭାବିତ ଭାରତୀୟମାନଙ୍କୁ ବହୁତ କମ୍ ଭତ୍ତା ମିଳୁଥିଲା । ଯାହାଦ୍ୱାରା ଚାରିଆଡେ ଭାରତର ଗରିବି ଖେଳି ଯାଇଥିଲା । ସବୁ ଗାଁରେ ରୋଗ ବ୍ୟାପୁଥିଲା । ଗୁଜୁରାଟର ଖେଡାଗାଁର ଅବସ୍ଥା ମଧ୍ୟ ମରୁଡି ଏବଂ ଇଂରେଜମାନଙ୍କ ଦମନ ଯୋଗୁଁ ଅତ୍ୟନ୍ତ ଦୁଃଖଦାୟକ ଥିଲା । ସେବେଠାରୁ ଭାରତର ସ୍ୱାଧୀନତା ପାଇଁ ଗାନ୍ଧିଜୀଙ୍କର ମହତ୍ୱପୂର୍ଣ୍ଣ ଭୂମିକା ଆରମ୍ଭ ହୋଇଥିଲା । ଗୁଜୁରାଟର ଖେଳା ଗାଁରେ ଏକ ଆଶ୍ରମ ତିଆରି କରି ଗାନ୍ଧିଜୀ ଓ ତାଙ୍କ ସମର୍ଥକମାନେ ଏହି ଗାଁକୁ ସଫା କରିବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିଦ୍ୟାଳୟ ଏବଂ ଡାକ୍ତରଖାନା ମଧ୍ୟ ନିର୍ମାଣ କଲେ । ୧୯୧୮ରେ ଖେଡା ଗ୍ରାମ ବନ୍ୟା ଓ ମରୁଡି ଦ୍ୱାରା ପ୍ରଭାବିତ ହେଲା । ଚାଷୀମାନେ ରାଜସ୍ୱ ଛାଡ ପାଇଁ ନିବେଦନ କରିଥିଲେ । କିନ୍ତୁ ଇଂରେଜମାନେ ଏଥିରେ ରାଜି ନଥିଲେ । ଗାନ୍ଧିଜୀ ଏଠାରେ ପହଂଚି ଲୋକଙ୍କୁ ରାଜସ୍ୱ ନଦେବା ପାଇଁ ଅନୁରୋଧ କରିଥିଲେ । ଏଥିରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇଥିଲା । ଏହାକୁ ନେଇ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ବିନା ସର୍ତ୍ତରେ ଗାନ୍ଧିଜୀଙ୍କୁ ଜେଲରୁ ମୁକୁଳାଇବା ପାଇଁ ଆଦେଶ ଦେଇଥିଲେ । ଶେଷରେ ଗାନ୍ଧିଜୀ ଜେଲରୁ ମୁକ୍ତ ହୋଇଥିଲେ ଏବଂ ରାଜସ୍ୱ ମଧ୍ୟ ଛାଡ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here