29.1 C
Bhubaneswar
Friday, May 24, 2024
Homeଓଡିଶାନୂତନ ପ୍ରକଳ୍ପ ଆରମ୍ଭ ହେବା ଦ୍ୱାରା ସୁକତେଲ ପ୍ରକଳ୍ପ ବାଧାପ୍ରାପ୍ତ ହେବ ନାହିଁ- ନରସିଂହ

ନୂତନ ପ୍ରକଳ୍ପ ଆରମ୍ଭ ହେବା ଦ୍ୱାରା ସୁକତେଲ ପ୍ରକଳ୍ପ ବାଧାପ୍ରାପ୍ତ ହେବ ନାହିଁ- ନରସିଂହ

ବଲାଙ୍ଗିର : ଛତାମଖନା ଠାରେ ହେବାକୁ ଥିବା ୧୫୪ କୋଟିର ଭୁତଳ ଜଳ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହେବାକୁ ଥିବା ବେଳେ ଏହା ଦ୍ୱାରା ସୁକତେଲ ପ୍ରକଳ୍ପ ପ୍ରଭାବିତ ହେବା ସହ ବନ୍ଦ ହୋଇ ଯିବନି ତ ବୋଲି ସମ୍ବାଦ ପତ୍ର ରେ ଏକ ଆଶଙ୍କା ପ୍ରକାଶ ପାଇଥିଲା । ଏହି ଖବର କୁ ଆଧାର କରି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କୌଣସି ନୂତନ ପ୍ରକଳ୍ପ ଆରମ୍ଭ ହେଲେ ସୁକତେଲ ପ୍ରକଳ୍ପ ବାଧା ପ୍ରାପ୍ତ ହେବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ସମ୍ବାଦ ପତ୍ର ପ୍ରକାଶ ପାଇଥିବା ଏହି ଖବରକୁ ନାପସନ୍ଦ କରିବା ସହ କିଛି ସମ୍ବାଦିକ ବନ୍ଧୁ ଅଯଥାରେ ନକାରତ୍ମକ ଖବର ପରିବେଶଣ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି । ସେମାନେ ଦୟା ପୁର୍ବକ ଏପ୍ରକାର ଖବର ପରିବେଶଣରୁ ନିବୃତ୍ତ ରୁହନ୍ତୁ । ଏହା ଦ୍ୱାରା କେବଳ ବଲାଙ୍ଗିର ବାସୀଙ୍କ ମନରେ ଅଯଥା କଷ୍ଟ ହେବ ବୋଲି କହିଛନ୍ତି । ସ୍ଥାନୀୟ ସାକିର୍ଟ ହାଉସ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, । ମୁଁ କେବେ ବି ନଭେମ୍ବର ମାସରେ ପ୍ରକଳ୍ପ ଆରମ୍ଭ ହେବ ବୋଲି କହି ନଥିଲି । ଫୋନ ଯୋଗେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ କଥା ହେବା ବେଳେ କିଛି ସାମ୍ବାଦିକ ବନ୍ଧୁ ଆମ କଥା ବାର୍ତ୍ତା ଶୁଣିଥିଲେ । ସେହି ବାତ୍ତାଳାପରେ ମୋର ପ୍ରଶ୍ନ ର ଉତ୍ତରରେ ନିଜେ ଯନ୍ତ୍ରୀ ସୁକତେଲ ପ୍ରକଳ୍ପ ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବ ବୋଲି ମତେ କହିଥିଲେ । ଏହି କଥାକୁ ଉପସ୍ଥିତ ସାମ୍ବାଦିକ ବନ୍ଧୁମାନେ ସମ୍ବାଦ ପତ୍ରରେ ପ୍ରକାଶ କରିଥିଲେ । ମୁଁ ପୁଣି ଥରେ ସମସ୍ତଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଆସନ୍ତା କାଲି ଏହି ଜଳ ସେଚନ ପ୍ରକଳ୍ପ କୁ ନେଇ ଏକ ହାଇ ପାଓାର କମିଟିର ବୈଠକ ହେବକୁ ଯାଉଛି । ଆହୁରି ବଲାଙ୍ଗିର ପ୍ରକଳ୍ପ କାର‌୍ୟ୍ୟାଳ୍ୟରେ କିଛି ନୁତନ ଅଧୀକାରୀ ନିଯୁକ୍ତି ପାଇଥିବା ବେଳେ କାମ ଶୀଘ୍ର ଆରମ୍ଭ ହେବ ବୋଲି ମୋର ଦୃଢ ବିଶ୍ୱାସ । ସେହିପରି ବଲାଙ୍ଗିର ବାଏପାସ ପାଇଁ ମଧ୍ୟ ଲୋକଙ୍କୁ ଶିଘ୍ର କ୍ଷତିପୁରଣ ଦେବା ଆରମ୍ଭ ହେବ । ବାଏପାସ୍ ରେ ଜମି ଯାଉଥିବା କିଛି ଜମି ମାଲିକ ତାଙ୍କର କ୍ଷତିପୂରଣ ପାଇ ସାରିଛନ୍ତି । ବାକିଥିବା ଜମି ମାଲିକ ମାନେ ଶୀଘ୍ର ପଇସା ପାଇବେ ଓ କାମ ଶିଘ୍ର ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ମିଶ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking