32.1 C
Bhubaneswar
Saturday, May 4, 2024
Homeଓଡିଶାଯାଜପୁରରେ ଆନଦର ଲହରୀ ମା ବିରଜାଙ୍କୁ ସମୂହ ଦୀପ ଦାନ

ଯାଜପୁରରେ ଆନଦର ଲହରୀ ମା ବିରଜାଙ୍କୁ ସମୂହ ଦୀପ ଦାନ

ଯାଜପୁର : ଯାଜପୁର ମେଡିକାଲ କଲେଜକୁ ଆଜି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ପାଇଁ ୪୨୬ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁରୀ ପାଇଁ ଅନୁମୋଦନ ଲାଭ କରିଛି । ଏଥିରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଏବଂ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ଏଲଏଣ୍ଡଟି କୁ ଦାୟିତ୍ୱ ଦିଆଯାଇଛି ଓ ଆସନ୍ତା ୩୬ ମାସ ମଧ୍ୟରେ ନିର୍ମାଣ ଶେଷ କରାଯିବ । ଏହି ପ୍ରକଳ୍ପ ଆଜି ମଞ୍ଜୁରୀ ପାଇବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଯାଜପୁର ସହରରେ ବିଭିନ୍ନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ମା ବିରଜା ମନ୍ଦିର ରେ ସମୂହ ଦୀପ ଦାନ, ବୈତରଣୀ ନଦୀରେ ଆଳତି ଅର୍ପଣ କରାଯାଇଛି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking