32.1 C
Bhubaneswar
Sunday, June 16, 2024
Homeଓଡିଶାଚା' ବିନା ଅସମ୍ପୁର୍ଣ୍ଣ ସକାଳ, ଜାଣନ୍ତୁ କେଉଁ ଚା' ସ୍ୱାସ୍ଥ୍ୟ ପାଇଁ ଉପକାରୀ....

ଚା’ ବିନା ଅସମ୍ପୁର୍ଣ୍ଣ ସକାଳ, ଜାଣନ୍ତୁ କେଉଁ ଚା’ ସ୍ୱାସ୍ଥ୍ୟ ପାଇଁ ଉପକାରୀ….

ଭୁବନେଶ୍ୱର: ପାଣି ପରେ ଚା’ ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ । ପ୍ରତିବର୍ଷ ମେ ୨୧ ତାରିଖକୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ପାଳନ କରାଯାଏ । ଲୋକଙ୍କୁ ଏବଂ ଦିନକୁ ଫ୍ରେସ ରଖିବାରେ ଚା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅମୂଲ୍ୟ ଅବଦାନକୁ ନେଇ ସଚେତନ ସୃଷ୍ଟି କରିବା ଲକ୍ଷ୍ୟରେ ଅନ୍ତର୍ଜାତୀୟ ଚା’ ଦିବସ ପାଳନ କରାଯାଇଥାଏ । ଯଦି ଦେଖିବା ବିକାଶଶୀଳ ଦେଶ ଗୁଡିକରେ ଲକ୍ଷଲକ୍ଷ ପରିବାରର ଜୀବିକାର ମୁଖ୍ୟ ଉତ୍ସ ରହିଥାଏ ଚା’ ଉତ୍ପାଦନ । ଅଧିକାଂଶ ଲୋକଙ୍କର ଚା’ ସହିତ ଦିନର ଆରମ୍ଭ ହୋଇଥାଏ । କିଛି ଲୋକ ସକାଳେ ଜଳଖିଆ ପୂର୍ବରୁ ହର୍ବାଲ୍ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଚା’ ବିନା ଦିନର ଆରମ୍ଭ ଅସମର୍ଥ ଅଟେ । ସାରା ଦେଶରେ ବିଭିନ୍ନ ପ୍ରକାର ଚା’ ମିଳିଥାଏ । ବ୍ଲାକ ଟି, ଗ୍ରୀନ ଟି, ହ୍ୱାଇଟ ଟି, ଲେମନ ଟି, କୈମୋମାଇଲ ରୋଜ ଟି ଇତ୍ୟାଦି ମିଳିଥାଏ । ତେବେ ଜାଣନ୍ତୁ ଚା’ର ଉପକାରିତା । ଚାଇନାର ରାଜା ଶେନ୍ ନାଙ୍ଗ ପ୍ରଥମେ ଏହାର ସ୍ୱାଦ ଚାଖିଥିଲେ । ଯେତେବେଳେ ସେ ଏବଂ ତାଙ୍କର ସୈନ୍ୟମାନେ ଏକ ଗଛ ତଳେ ବିଶ୍ରାମ ନେବାକୁ ଅଟକିଗଲେ, କିଛି ପବନ ପ୍ରବାହିତ ଚା’ ପତ୍ର ଏକ ଫୁଟୁଥିବା ପାଣିରେ ହାଣ୍ଡିରେ ପଡ଼ିଗଲା, ଯାହା ପରେ ତାହା ଚା’ରେ ପରିଣତ ହୋଇଥିଲା । ଆଜି ଚା’ ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟ ଭାବେ ପରିଚିତ ହୋଇଛି ।

ଅଦା ଚା’: ସବୁଠାରୁ ଲୋକପ୍ରିୟ ଚା’ ମଧ୍ୟରୁ ଅଦା ଚା’କୁ ଅଧିକ ପସନ୍ଦ କରିଥାନ୍ତି । ଏହି ଚା’ରେ ଆଣ୍ଟି ଭାଇରାସ କମ୍ପାଉଣ୍ଡ ରହିଥାଏ । ଯାହା ଶରୀରକୁ ସଂକ୍ରମଣ ଦାଉରୁ ରକ୍ଷା କରିଥାଏ ।

ଗୋଲାପ ଚା’: ଗୋଲାପ ଫୁଲରୁ ଗୋଲାପ ଚା’ ତିଆରି କରାଯାଇଥାଏ । ଏହି ଚା’ରେ ଅଧିକ ପରିମାଣରେ ଭିଟାମିନ୍ ଏ, ଭିଟାମିନ୍ ବି ୩, ଭିଟାମିନ୍ ସି, ଭିଟାମିନ୍ ଡି, ଭିଟାମିନ୍ ଇ ଅଧିକ ପରିମାଣରେ ରହିଥାଏ । ଯାହା ଶରୀରକୁ ଅନେକ ପ୍ରକାର ପୋଷକ ତତ୍ତ୍ୱ ଯୋଗାଇଥାଏ ।

ଲେମ୍ବୁ ଚା’: ଲେମ୍ବୁ ଚା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ଦ୍ୱାରା ମୁଖ ଦୁର୍ଗନ୍ଧ ମଧ୍ୟ କମ୍ ହୋଇଥାଏ ।

ଗ୍ରୀନ ଟି: ଗ୍ରୀନ୍ ଟି ହେଉଛି ଏକ ହର୍ବାଲ୍ ଚା ଯାହା ଶରୀରକୁ ଅନେକ ଉପକାର ପ୍ରଦାନ କରିଥାଏ । ଶରୀରର ଓଜନ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ଇଲାଇଚି ଚା’: ଅଳେଇଚରେ ଅଧିକ ପରିମାଣରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଭିଟାମିନ୍ ବି ୧, ବି ୬, ଭିଟାମିନ୍‌, ଫାଇବର ଏବଂ କ୍ୟାଲସିୟମ ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking