30.1 C
Bhubaneswar
Friday, April 26, 2024
Homeଓଡିଶାଉଦ୍ଧାର ନବଜାତକକୁ କୋଳେଇବା ପାଇଁ ବ୍ୟାକୁଳ ସୁନାତନୀ

ଉଦ୍ଧାର ନବଜାତକକୁ କୋଳେଇବା ପାଇଁ ବ୍ୟାକୁଳ ସୁନାତନୀ

ନବରଙ୍ଗପୁର : ସମାଜର ଟାହି ଟାପରା ଅବା ଲୋକନିନ୍ଦାକୁ ଭୟକରି ଏକ ନବଜାତ ପୁତ୍ର ସନ୍ତାନକୁ କାଜୁ ଜଙ୍ଗଲରେ ଫୋପାଡ଼ି ଦେଇଛି କୁମାରୀ ମାଆ । କୌଣସି ଦୁର୍ବଳ ମୁହୂର୍ତ୍ତ ହେଉ ଅବା ଅନୈତିକ ପାପ ପ୍ରଣୟର ଫଳସ୍ୱରୂପ ପାଇଁ କୁମାରୀ ମାଆଟି ମାତୃତ୍ୱର ବାତ୍ସଲ୍ୟ ମମତାକୁ ଭୁଲିଯାଇ ୧୦ ମାସ ଗର୍ଭରେ ଧରିଥିବା ପୁତ୍ରସନ୍ତାନକୁ ଫୋପାଡ଼ି ଦେଇଥିଲା ଜଙ୍ଗଲରେ । ତେବେ ନବଜାତକକୁ କାଜୁ ଜଙ୍ଗଲରୁ ଉଦ୍ଧାର କରିଥିବା ଜଣେ ମହିଳା ତାକୁ ସନ୍ତାନ ପୋଷ୍ୟ ସନ୍ତାନ ଭାବେ ରଖିବାକୁ ଚାହୁଁଥିଲେ ହେଁ ଆଇନ ସାଜିଛି ପ୍ରତିବନ୍ଧକ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ରେଙ୍ଗିଗୁଡ଼ା ଗ୍ରାମରେ ।

ରେଙ୍ଗିଗୁଡ଼ା ଗ୍ରାମର ସୁନାତନୀ ହରିଜନ ନାମୀ ଜଣେ ମହିଳା ଗତ ମାସ ୧୮ତାରିଖରେ ସକାଳ ୬ଟାରେ ନିକଟସ୍ଥ କାଜୁ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ଏକ ଶିଶୁପୁତ୍ରର କାନ୍ଦ ଶୁଣାଗଲା । ଶବ୍ଦ ଆସୁଥିବା ଦିଗକୁ ଗଲାବେଳକୁ ଗୋଟିଏ ସ୍ଥାନରେ ଏକ ନବଜାତ ଶିଶୁପୁତ୍ର କାନ୍ଦୁଥିବା ଦେଖିବାକୁ ପାଇଥିଲେ । ଶିଶୁଟିର ନାଭି କଟାଯାଇନଥିଲା । ତା’ ଦେହରେ ରକ୍ତ ଲାଗିଥିଲା । ସଙ୍ଗେ ସଙ୍ଗେ ସୁନାତନୀ ହରିଜନ ନିଜ କୋଳକୁ ଘରକୁ ନେଇଆସିଥିଲେ । ଗାଁ ସମାଜସେବୀଙ୍କୁ ଡାକି ନବଜାତକର ନାଭିକାଟି ଓ ସଫାସୁତୁରା କରାଇଥିଲେ । ଗାଁର ଜଣେ ସମାଜସେବିକା ଶିଶୁଟିକୁ ମେଡିକାଲ ନେବା ପାଇଁ ସୁନାତନୀଙ୍କୁ ପରାମର୍ଶ ଦେଇଥିଲେ । ଶିଶୁକୁ ଅନ୍ୟ କିଏ ନେଇଯିବ ଭାବି ପ୍ରଥମେ ସୁନାତନୀ ଅମଙ୍ଗ ହେଉଥିଲେ । ମାତ୍ର ନବଜାତକର ସୁରକ୍ଷା କଥା ଭାବି ଜିଲ୍ଲା ମୁଖ୍ୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ସ୍ଥାନୀୟ ସେବିକାଙ୍କର ସୁଚିନ୍ତିତ ପରାମର୍ଶରୁ ଶିଶୁଟି ସୁସ୍ଥ ହୋଇପାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking