39.8 C
Bhubaneswar
Thursday, April 18, 2024
Homeଓଡିଶାମନ୍ତ୍ରୀପୁଟ ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ରୋଗୀ

ମନ୍ତ୍ରୀପୁଟ ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ରୋଗୀ

କୋରୁକୋଣ୍ଡା : ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନୀଳାକାମ୍ବେରୁ ପଞ୍ଚାୟତର ମନ୍ତ୍ରିପୁଟ ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ଗୋରୀ ମୁଦୁଲି(୫୨) ନାମକ ବୃଦ୍ଧା ଦୀର୍ଘ ୬ ମାସ ଧରି ଜ୍ୱର ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ । ତେବେ ଗ୍ରାମବାସୀଙ୍କ ଧାନ ଚାଷ ଲାଗି ରହିଥିବାରୁ ସେମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ରହି ବୃଦ୍ଧା ମା’ଙ୍କର ଚିକିତ୍ସା କରିପାରୁନଥିଲେ । ଶେଷରେ ବୃଦ୍ଧା ମା’ ଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଧ୍ୟହୋଇ  ଏହି ଘଞ୍ଚ ଜଙ୍ଗଲ ଓ ପଥୁରିଆ ରାସ୍ତା ଦେଇ ଷ୍ଟ୍ରେଚର ମାଧ୍ୟମରେ ବୋହି ଆଣିଥିଲେ ।

ପାହାଡ଼ ଉପରୁ ବୋହି ଆଣି ତଳେ ସାରିଆପାଲ୍ଲୀ ଗ୍ରାମରେ ଦୀର୍ଘ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରୋଗୀଙ୍କୁ ନେଇ ଅପେକ୍ଷା କରିଥିଲେ ଗ୍ରାମବାସୀ, ଆମ୍ବୁଲାନ୍ସ ଆସିବା ପରେ ରୋଗୀଙ୍କୁ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମାଇଲ ମାଇଲ ଦୂର ଚାଲି ରୋଗୀଙ୍କୁ ପାହାଡ଼ ଉପରୁ ଆଣି ଅପେକ୍ଷା କରୁଛନ୍ତି ଗ୍ରାମବାସୀ କିନ୍ତୁ ନିକଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିପାରୁନାହିଁ ଆମ୍ବୁଲାନ୍ସ । ସରକାରଙ୍କ ଏପରି ନିୟମକୁ ଦୃଢ଼ ନିନ୍ଦା କରିଛନ୍ତି ଗ୍ରାମବାସୀ। ତେବେ ରାସ୍ତା ନଥିବାରୁ ଏପରି ସମସ୍ୟା ବାରମ୍ବାର ହେଉଥିବା ଦେଖିବାକୁ ମିଳିଛି । ଏନେଇ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking