38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗନବରଙ୍ଗପୁର ଜିଲ୍ଲାକୁ ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା

ନବରଙ୍ଗପୁର ଜିଲ୍ଲାକୁ ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ । ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍ ହେବ ନବରଙ୍ଗପୁର ଜିଲ୍ଲା । ଜୁଲାଇ ୩୧ ତାରିଖ ଯାଏଁ ସପ୍ତାହାନ୍ତ ସଟ୍‌ଡାଉନ୍ ନେଇ ନିଷ୍ପତ୍ତି ନିଆଯାଇଛି । ବାକି ଦିନରେ ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ, ବାଜାର । ରାତ୍ରକାଳୀନ କର୍ଫ୍ୟୁରେ କୌଣସି ସ୍ଥାନରେ ୭ରୁ ଅଧିକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ୧୧ ଜିଲ୍ଲା-ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ଝାରସୁଗୁଡା ଜୋନ-୧ରେ ଆସୁଥିବା ୧୧ ଜିଲ୍ଲାରେ ସପ୍ତାହାନ୍ତ ସଟ ଡାଉନ ଜାରି ରହିବ ।
ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ଥିବାବେଳେ ସେଥିମଧ୍ୟରୁ ୧୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୨୯ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।
https://onakhabar.com/unlock-2-0-state-governments-guideline/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking