36.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗତିନି ଠାକୁରଙ୍କ ବାହୁଡ଼ାଯାତ୍ରା : ପହଣ୍ଡିରେ ଆସୁଛନ୍ତି ଶ୍ରୀଜୀଉ

ତିନି ଠାକୁରଙ୍କ ବାହୁଡ଼ାଯାତ୍ରା : ପହଣ୍ଡିରେ ଆସୁଛନ୍ତି ଶ୍ରୀଜୀଉ

ଭୁବନେଶ୍ବର : ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା ଓ କାହାଳୀ ଧ୍ବନିରେ ବଡ଼ଠାକୁର ଶରଧାବାଲିକୁ ଆସିବା ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଶେଷରେ ଆରମ୍ଭ ହୋଇଛି କାଳିଆ ଠାକୁର ଶ୍ରୀଜନ୍ନାଥଙ୍କ ପହଣ୍ଡି। ବଡ଼ ଟାହିଆ ବାନ୍ଧି ଝୁଲି ଝୁଲି ବିଜେ କରୁଛନ୍ତି କାଳିଆ ସାଆନ୍ତ । ହରିବୋଲ, ଖଙ୍ଖ ଓ ଘଣ୍ଟ ଧ୍ୱନିରେ ମୁଖରିତ ହୋଇଉଠିଛି ଶରଧାବାଲି । ଆଗେ ଆଗେ ବଡଭାଇ, ତା ପଛକୁ ଚାନ୍ଦମୁହିଁ ଭଉଣୀ ସୂଭଦ୍ରା ଯାଇ ରଥାରୁଢ ହୋଇସାରିଛନ୍ତି । ଏବେ ରଥାରୁଢ ଅଭିମୁଖେ ଜଗତର ନାଥ ଜଗନ୍ନାଥ । ତିନି ଠାକୁର ରଥାରୁଢ଼ ହେବା ପରେ ପୂର୍ବାହ୍ନ ୧୦ଟାରୁ ୧୧: ୩୦ ମଧ୍ୟରେ ଛେରାପହଁରା ନୀତି ଆରମ୍ଭ ହେବ। ସେହି ଭଳି ଚାରମାଳ ଫିଟା ଓ ଘୋଡ଼ାଲାଗିବା ମଧ୍ୟାହ୍ନ ୧୨ଟାରେ‌ ‌ଶେଷ ‌ହୋଇ ରଥଟଣା ଆରମ୍ଭ ହେବ। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking