28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମୁଶରଫଙ୍କ ପ୍ରତି କୋର୍ଟଙ୍କ ରାୟ : ଦଣ୍ଡ ପୂର୍ବରୁ ମରିଗଲେ ମୃତଦେହକୁ ୩ଦିନ ଝୁଲାଯିବ

ମୁଶରଫଙ୍କ ପ୍ରତି କୋର୍ଟଙ୍କ ରାୟ : ଦଣ୍ଡ ପୂର୍ବରୁ ମରିଗଲେ ମୃତଦେହକୁ ୩ଦିନ ଝୁଲାଯିବ

କରାଚି : ଗତ ମଙ୍ଗଳବାର ପାକିସ୍ତାନର ସ୍ୱତନ୍ତ୍ର କୋଟ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କୁ ଦେଶଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ କରି ମୃତ ଦଣ୍ଡାଦେଶ ଘୋଷଣା କରିଥିଲେ । ତେବେ ଗୁରୁବାର କୋର୍ଟଙ୍କ ବିସ୍ତୃତ ରାୟ ସାମ୍ନାକୁ ଆସିଛି । ଆଇନ ପାଳନକାରୀ ସଂସ୍ଥାକୁ କଡ଼ା ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି, ଦଣ୍ଡାଦେଶ ପାଳନ ପୂର୍ବରୁ ଯଦି ମୁଶରଫରଙ୍କ ମୃତ୍ୟୁ ଘଟେ ତେବେ ପାକ ସରକାର ତାଙ୍କ ମରଶରୀରକୁ ଆଣି ଇସଲାମବାଦର ମୁଖ୍ୟ ଛକ ନିକଟରେ ୩ଦିନ ଧରି ଝୁଲାଇ ରଖିବେ । ପେଶାୱର ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ୱକର ଅହମ୍ମଦ ସେଠଙ୍କ ଅଧ୍ୟକ୍ଷତାରେ ତିନିଜଣ ବିଚାରପତିଙ୍କୁ ନେଇ ଗଠିତ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ଶୁଣାଣି କରିଥିଲେ । ମୁଖ୍ୟ ବିଚାରପତି ସେଠ ଓ ଜଷ୍ଟିସ କରିମ ମୁଶରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଥିବାବେଳେ ଜଷ୍ଟିସ ନଜରୁଲ୍ଲାହ ଆକବର ମୃତ୍ୟୁ ଦଣ୍ଡାଦେଶକୁ ଗ୍ରହଣ କରିନଥିଲେ । କୋର୍ଟଙ୍କ ରାୟ ୧୬୯ ପୃଷ୍ଟବ୍ୟାପୀ ଥିଲା । ପୂର୍ବତନ ସେନାଧ୍ୟକ୍ଷଙ୍କ ବିରୋଧରେ ସରକାର କୋର୍ଟଙ୍କ ଟଥେଷ୍ଟ ପ୍ରମାଣ ଓ ତଥ୍ୟ ଯୋଗାଇ ପାରି ନଥିଲେ ମଧ୍ୟ ତାଙ୍କର ସମ୍ବିଧାନ ବିରୋଧୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ରାୟ ପ୍ରଦାନ କରିଛନ୍ତି । ୨୦୦୭ ନଭେମ୍ବର ୩ରେ ମୁଶରଫ ଦେଶବ୍ୟାପୀ ଜୁରୁରୀ ପରିସ୍ଥିତ ଘୋଷଣା କରିଥିଲେ । ୨୦୧୩ ଡିସେମ୍ବରରେ ତାଙ୍କ ବିରୋଧରେ ମାମଲା ରୁଜୁ ପରଠାରୁ ଶୁଣାଣି କରାଯାଇ ନଥିଲା ।
୨୦୧୪ ମାର୍ଚ୍ଚ ୩୧ରୁ ତାଙ୍କର ବିଚାର ଚାଲିଲା । ୨୦୧୪ ସେପ୍ଟେମ୍ବରରେ ପାକ ସରକାର ମୁଶରଫଙ୍କ ବିରୋଧରେ ସମସ୍ତ ପ୍ରମାଣ ଭିତିକ ତଥ୍ୟ ଉପସ୍ଥାପନ କଲେ । ମାମଲାରେ ବିଚାର ଧିମେଇ ଯାଇଥିଲାବେଳେ ମୁଶରଫ ଅସୁସ୍ଥ ଥିôବା ଦର୍ଶାଇ ୨୦୧୬ ମାର୍ଚ୍ଚରେ ପାକିସ୍ତାନରୁ ପଳାୟନ କଲେ । ବାରାମ୍ବାର ନୋଟିସ ପାଇବା ସତ୍ୱେ କୋର୍ଟରେ ହାଜର ନହେବାରୁ ତାଙ୍କୁ ପଳାତକ ଘୋଷଣା କରି ଗିରଫ କରିବାକୁ ଜାତୀୟ ତଦନ୍ତ କାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଦୁବାଇରେ ବେମାର ମୁଶରଫଙ୍କ ଚିକିତ୍ସା ଚାଲିଛି । ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଅଯଥା ଦେଶଦ୍ରୋହ ଅପରାଧରେ ଫସାଇ ଦିଆଯାଇଛି ବୋଲି ଗତ ଡିସେମ୍ବରରେ ସେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking