37.1 C
Bhubaneswar
Saturday, April 20, 2024
Homeଓଡିଶାଗୁଳି କରି ବିଲେଇ ହତ୍ୟା

ଗୁଳି କରି ବିଲେଇ ହତ୍ୟା

ଭୁବନେଶ୍ୱର :  ରାଜଧାନୀରେ ଏକ ଚଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏକ ପୋଷା ବିଲେଇ ମୁଣ୍ଡକୁ  ଦୁଇ ରାଉଣ୍ଡ ଗୁଳିକରି ତାକୁ ହତ୍ୟା କରାଯାଇଛି । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ବିଲେଇକୁ ଗୁଳିକରି ହତ୍ୟା କରିଥିବା ଅଭିଯୁକ୍ତ ଇଞ୍ଜିନିୟରିଂ ଛାତ୍ର ଆଷୁତୋଷ ନାୟକଙ୍କୁ  ଗିରଫ କରିଛି । ଆଶୁତୋଷଙ୍କ ଗିରଫଦାରୀ ସଂକ୍ରାନ୍ତରେ ଜୋନ ୧ ଏସପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି ।
ଏସପି ଗଡ଼ନାୟକ ଏନେଇ କହିଛନ୍ତି ଯେ, ଅଭିଯୋଗ ଆଧାରରେ ପୁଲିସ ଥାନାରେ ମାମଲା କରିବା ସହ ଏକ ଆନିମଲ  କ୍ଲୁଏଲିଟି ଆକ୍ଟ ଦଫାରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ବିଲେଇଟି ଏପରି କ’ଣ କରିଥିଲା ଯେ, ତା’ର ମୁଣ୍ଡକୁ ଗୁଳିକରି ହତ୍ୟା କରାଗଲା । ତାହାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି । ଏ ଘଟଣା ସଂକ୍ରାନ୍ତରେ ପ୍ରାଣୀମାନଙ୍କ ସେବା ପାଇଁ କାମ କରୁଥିôବା ପିପୁଲ୍ସ ଫର ଆନିମଲ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବୁଧବାର ଖାରବେଳନଗର ଥାନାରେ ଲିଖିତ ଅଭିଯୋଗଗ କରିଥିଲେ । ପିପୁଲ୍ସ ଫର ଆନିମଲର ସମ୍ପାଦକ ଅମୂଲ୍ୟ ନାୟକ ଏହି ଘଟଣାରେ ପୁଲିସ ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଲେଇକୁ ହତ୍ୟା ପାଇଁ ବ୍ୟବହ୍ୟତ ହୋଇଥିବା ବନ୍ଧୁକକୁ ଜବତ କରିବା ନିମନ୍ତେ ଦାବି କରିଛନ୍ତି । ବିଲେଇକୁ ମାରିବାକୁ ବ୍ୟବହୃତ ହୋଇଥିବା ବନ୍ଧୁକଟିର ଲାଇସେନ୍ସ ଅଛି କି ତାହା ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବାକୁ ଅମୁଲ୍ୟ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ,  ୟୁନିଟ-୪ ଅନ୍ତର୍ଗତ ପୋଷ୍ଟାଲ କଲୋନୀ ସ୍ଥିତ କ୍ୱାଟର ନଂ ଆଇଭିଏନ-୩୮ରେ ସୁଶାନ୍ତ ନାୟକ ନାମକ ଜଣେ ଯୁବକ ରୁହନ୍ତି । ସେ ବହୁ ସଂଖ୍ୟାରେ ବିଲେଇ ପାଳିଛନ୍ତି । ବୁଧବାର ସକାଳେ ସୁଶାନ୍ତ ଘରେ ଥିବା ବେଳେ ହାଠାତ ତାଙ୍କ କ୍ୱାର୍ଟରକୁ ଲାଗିଥିବା କ୍ୱାର୍ଟର ନଂ-୩୯ରୁ  ବାଣ ଫୁଟିବା ଶଦ୍ଧ ଶୁଭିଥିଲା । ପରେ ସେ ଗେଟ ଖୋଲି ଦେବାରୁ କ୍ୱାର୍ଟର ନଂ-୩୯ରେ ରହୁଥିବା ସନ୍ତୋଷ କୁମାର ନାୟକଙ୍କ ପୁଅ ଆଶୁତୋଷ ଏକ ରକ୍ତାକ୍ତ ବିଲେଇକୁ ଆଣି ତାଙ୍କ ପାଚେରୀ ପାଖରେ ଫିଙ୍ଗି ଦେଇଥିଲା । ପରେ ଶୁଶାନ୍ତ ଏନେଇ ତୁରନ୍ତ ପିପୁଲ୍ସ ଫର ଆନିମଲର ସଦସ୍ୟଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ । ପିପୁଲ୍ସ ଫର ଆନିମଲର ସଦସ୍ୟମାନେ ଘଟଣାସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ପଡ଼ିଥିବା ବିଲେଇଟିକୁ ଉଦ୍ଧାର କରି ଓୟୁଏଟି ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ବିଲେଇକୁ ମୃତ ଘୋଷଣା କରିଥିଲେ । ତେବେ ଡାକ୍ତର ବିଲେଇ ମୁଣ୍ଡକୁ ଏକ୍ସରେ କରିବାରୁ ସେଥିରେ ଦୁଇଟି ଗୁଳି ରହିଥିବା ଜାଣିବାକୁ ପାଇଥିଲେ ।
ଓୟୁଏଟି ଡାକ୍ତର ଏନେଇ ପିପୁଲ୍ସ ପର ଆନିମଲ  ସଦସ୍ୟଙ୍କୁ ଅବଗତ କରାଇଥିଲେ । ସଂଙ୍ଗଠନ ପକ୍ଷରୁ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ  କରାଯାଇଥିଲା । ତେବେ ବିଲେଇକୁ ମାରିବାରେ  ଏକ ଛଡ଼ରା ବନ୍ଧୁକ ବ୍ୟବହୃତ ହୋଇଥିବା ଜଣାପଡ଼ିଛି ।  ଏନେଇ ପୁଲିସ ଇଞଜିନିୟରିଂ ଛାତ୍ର ଆଶୁତୋଷ ନାୟକଙ୍କୁ ଗିରଫ କରି ନୋଟିସ ଦେଇ ଛାଡ଼ି ଦେଇଛି ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking