29.1 C
Bhubaneswar
Saturday, April 27, 2024
Homeଅପରାଧମଦ ପାଇଁ ଗଣ୍ଡଗୋଳ : ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇର ଜୀବନ ଗଲା

ମଦ ପାଇଁ ଗଣ୍ଡଗୋଳ : ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇର ଜୀବନ ଗଲା

ଦେବଗଡ : ଦେବଗଡ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମରେ ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇର ମୃତ୍ୟୁ ଘଟଣାରେ ଦେବଗଡ ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛି ।
ସୂଚନା ଅନୁଯାୟୀ, ପାଣି ଭଣ୍ଡାର ଗ୍ରାମର ପବିତ୍ର ଶବରଙ୍କ ପରିବାରରେ ଆମ୍ବଗୁଣ୍ଡି ପର୍ବ ପାଳନ କରିଥିଲେ । ପବିତ୍ର ଶବରଙ୍କ ମଝିଆ ପୁଅ ରୋହିତ ଶବର (୨୦) ତା ସ୍ତ୍ରୀଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ । ମାତ୍ର ତାଙ୍କ ସ୍ତ୍ରୀ ମଦ୍ୟ ପାନ ପାଇଁ ଟଙ୍କା ଦେବାକୁ ମନା କରିବାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହା ଦେଖି ବାପା ପବିତ୍ର ପୁଅକୁ ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରୋହିତ ତାଙ୍କ ବାପା ପବିତ୍ରଙ୍କୁ ଏକ ଠେଙ୍ଗା ସହାଯ୍ୟରେ ଆକ୍ରମଣ କରିଥିଲେ । ବାପା କୁ ଠେଙ୍ଗାରେ ଆକ୍ରମଣ କରୁଥିବା ଦେଖି ବଡ ଭାଇ ସମ୍ଭାରୁ (୨୨) ରୋହିତଙ୍କୁ ପ୍ରତିରୋଧ କରିଥିଲେ । ମାତ୍ର ରୋହିତ ବଡ ଭାଇର କଥା ମାନିବା ପରିବର୍ତ୍ତେ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ସମ୍ବାରୁ ଗୁରୁତର ହୋଇ ପଡି ଥିଲେ । ପରିବାର ଲୋକେ ତାଙ୍କୁ ଘରେ ରଖି ଚିକିତ୍ସା କରୁଥିବା ବେଳେ ସୋମବାର ଦିନ ସମ୍ଭାରର ମୃତ୍ୟୁ ହୋଇଥିଲା । ସେହିପରି ମୃତଦେହକୁ ବାପା ପବିତ୍ର ଶବର, ରୋହିତ ଶବର ଓ ଅନ୍ୟ ଜଣେ ନାବାଳକ ଗ୍ରାମ ନିକଟରେ ଥିବା ଲହଡିତଲ ପାହାଡ ନିକଟରେ ପୋତି ଦେଇଥିଲେ । ଏ ସମ୍ପର୍କରେ ଗତ ୧୬ ତାରିଖରେ ସୂଚନା ପାଇ ଲଇମୁରା ଫାଣ୍ଡି ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking