28.1 C
Bhubaneswar
Saturday, April 27, 2024
Homeଅପରାଧହତ୍ୟାକାରୀକୁ କୋର୍ଟ ଭିତରେ ହତ୍ୟା

ହତ୍ୟାକାରୀକୁ କୋର୍ଟ ଭିତରେ ହତ୍ୟା

ବିଜନୋର: ଆଜି ଉତ୍ତରପ୍ରଦେଶର ବିଜନୋର କୋର୍ଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ହେଲେ କେଉଁଠି ହତ୍ୟା ଘଟଣାକୁ ବହୁତ ଦିନ ହୋଇଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏଯାଏଁ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । କିନ୍ତୁ ଅଭିଯୁକ୍ତ ମାନଙ୍କ ତାରିଖ ଅନୁସାରେ ସେମାନେ କୋର୍ଟକୁ ଆସିଥାଆନ୍ତି ଏବଂ ସେଠାରେ ତାଙ୍କର ଶୁଣାଣି ହୋଇଥାଏ । ତେବେ ଆଜି ଉତ୍ତରପ୍ରଦେଶର ବିଜନୋର କୋର୍ଟରେ ଜଣେ ବିଏସପି ନେତାଙ୍କ ହତ୍ୟା ମାମଲାର ଶୁଣାଣି ଚାଲିଥିବା ବେଳେ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏଭଳି ଏକ ଅଘଟଣ ଘଟିଛି । ମୁଖ୍ୟ ଅଭିଯୁକ୍ତକୁ ହତ୍ୟା କରାଯାଇଛି । ୩ ଜଣ ହତ୍ୟାକାରୀ କୋର୍ଟ ପରିସରରେ ପଶି ଏଭଳି ହତ୍ୟା କରିଛନ୍ତି ।
ସୂଚନା ଅନୁସାରେ, ଚଳିତବର୍ଷ ମେ ୨୮ ତାରିଖରେ ବିଏସପି ନେତା ଏହାସାନ୍ ଅନସାରୀ ଏବଂ ତାଙ୍କ ପୁତୁରାଙ୍କ ହତ୍ୟା ହୋଇଥିଲା । ଆଜିର ଘଟଣା ଏହାର ପ୍ରତିଶୋଧରେ ହୋଇଥିବା କୁହାଯାଉଛି । ଏସପି ବିଜନୋର ସଞ୍ଜୀବ ତ୍ୟାଗୀ କହିଛନ୍ତି, ଏହି ଘଟଣାରେ ୩ ଜଣ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି । ଯଦିଓ କୋର୍ଟ ପରିସରରେ ହତ୍ୟାକାଣ୍ଡ ଚିନ୍ତାଜନକ, ସାହିଲ ସମେତ ୩ ଜଣଙ୍କୁ ଗିରଫ କରାଯିବା ମଧ୍ୟ ବଡ଼ କଥା । ଏହାସାନ୍ ଅନସାରୀଙ୍କ ପୁଅ ସାହିଲ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ଏହି ହତ୍ୟା କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking