23.1 C
Bhubaneswar
Tuesday, March 19, 2024
Homeଏକ୍ସକ୍ଲୁସିଭ୍ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଗଲା

ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଗଲା

କଣ୍ଟାବାଞ୍ଜି: ଭାଇ ନେଲା ଭାଇର ଜୀବନ | ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା କଣ୍ଟାବାଞ୍ଜି ଥାନା ବେହେରେନସିଲେଟ ଗାଁରେ ଘଟିଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି । ଶନିବାର ବିଳମ୍ବିତ ରାତିରେ ବଡ ଭାଇ ଶରତ ମାଝି ସାନ ଭାଇକୁ ଡାକିଥିଲେ । କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ସେହି ସମୟରେ ବଡ ଭାଇ ଶରତ ସାନ ଭାଇ ଦେବରାମକୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲେ । ବାରମ୍ବାର ଆକ୍ରମଣ କରିବା ଫଳରେ ସାନ ଭାଇର ମୃତ୍ୟୁ ହୋଇଛି ।ହତ୍ୟାକାଣ୍ଡ ପରେ ଶରତ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ଦେବରାମଙ୍କ ମୃତ୍ୟୁ ହୋଇଥିବା ବେଳେ ତଥାପି ପରିବାରଲୋକେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କଣ୍ଟାବାଞ୍ଜି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking