31.1 C
Bhubaneswar
Friday, March 29, 2024
Homeଓଡିଶାଗାଡ଼ି ଧକ୍କାରେ ଦୁଇ ବୟସ୍କା ମହିଳା ମୃତ

ଗାଡ଼ି ଧକ୍କାରେ ଦୁଇ ବୟସ୍କା ମହିଳା ମୃତ

ବଡ଼ମ୍ୱା: ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ଘଟଣା ଘଟୁଥିବା ଜଣାପଡିଛି । ତେବେ କଟକ ବଡମ୍ବା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଦୁଇ ଜଣ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ,ବଡ଼ମ୍ୱା ଥାନା ଅନ୍ତର୍ଗତ ରତାପାଟ ନିକଟ ବାଲିଝରା ନିକଟରେ ଏହି ଦୁର୍ଘଟଣା ଘଟିଛି । ରତାପାଟ ଗାଁର ଉପର ସାହିର ରଙ୍ଗବତୀ ସାହୁ ଓ ତାରା ନାୟକ ୨ ଜଣ ମହିଳା ଆଜି ଭୋର ସମୟରେ ଶୌଚ ସାରି ଘରକୁ ଫେରୁଥିବା ବେଳେ ହଠାତ୍ ତାଙ୍କ ପଛକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଛି । ଘଟଣା ସଂପର୍କରେ ଖବର ପାଇ ପୁଲିସ ପହଞ୍ଚି ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ମ୍ୱା ଡାକ୍ତରଖାନାକୁ ପଠାଇଛି ।
https://onakhabar.com/2019/12/15/12-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking