26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଏମଏସ ଧୋନୀଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ଏମଏସ ଧୋନୀଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଟ୍ୱିଟର ରୁ ବ୍ଲୁ ଟିକ ହଟାଯାଇଛି । ଆଶଙ୍କା କରାଯାଉଛି ଯେ, ଧୋନୀ ଟ୍ୱିଟରରେ କମ୍ ଆକ୍ଟିଭ ରୁହନ୍ତି । ଏଥିପାଇଁ ଟ୍ୱିଟର ତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ ହଟାଇ ଦେଇଛି । କହିରଖୁଛୁ, ଟ୍ୱିଟରରେ ଧୋନୀଙ୍କ ପ୍ରାୟ ୮.୨ ମିଲିୟନ ଫଲୋଅର ଅଛନ୍ତି ।

ଏମଏସ ଧୋନୀ ଚଳିତ ବର୍ଷ ୮ ଜାନୁୟାରୀ ରେ ଶେଷ ଟ୍ୱିଟ କରିଥିଲେ । ଏହାପରେ ସେ ଆଉ ଟ୍ୱିଟ କରିନାହାନ୍ତି । ତେବେ ଇନଷ୍ଟାଗ୍ରାମରେ ସେ ଆକ୍ଟିଭ ରୁହନ୍ତି । ସେହିଭଳି ୮ ଜାନୁୟାରୀ ପୂର୍ବରୁ ସେ ସେପ୍ଟେମ୍ବର  ୨୦୨୦ରେ ଟ୍ୱିଟ କରିଥିଲେ । ଏମିତି କୁହାଯାଉଛି  ଯେ, ଅଧିକ ଆକ୍ଟିଭ ରହୁନଥିବାରୁ ଟ୍ୱିଟର ଏମଏସ ଧୋନୀଙ୍କ ବ୍ଲୁ ଟିକ ହଟାଇ ଦେଇଥିଲା । ଏହାଦ୍ୱାରା ତାଙ୍କ ଫ୍ୟାନଙ୍କୁ ନିହାତି ଝଟକା ଲାଗିଥିବ ।
ବିଶ୍ୱର ଜଣେ ସଫଳ ଅଦିନାୟକଙ୍କ ଗଣତି ଭିତରେ ଧୋନୀଙ୍କ ଗଣତି ହୁଏ । ଧୋନୀ ଆଇସିସି ର ସମସ୍ତ ୩ ଟ୍ରଫି ଜିତିଥିବା ବିଶ୍ୱର ଏକମାତ୍ର ଅଧିନାୟକ । ସେ ୨୦୦୭ରେ ଟି୨୦ ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ ଓ ୨୦୧୩ରେ ଚାମ୍ପିୟନ ଟ୍ରଫି ଜିତିଥିଲେ । ଧୋନୀଙ୍କ ଏହି ରୋକର୍ଡ ଭାଙ୍ଗିବା ଅସମ୍ଭବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking