29.1 C
Bhubaneswar
Friday, May 3, 2024
Homeମନୋରଞ୍ଜନଅଭିନୟ ଦୁନିଆରେ କମାଲ କରୁଛନ୍ତି ମୌନୀ ରୟ

ଅଭିନୟ ଦୁନିଆରେ କମାଲ କରୁଛନ୍ତି ମୌନୀ ରୟ

ମୁମ୍ବାଇ : ବଲିଉଡର ଅନେକ କଳାକାର ଛୋଟ ପରଦାରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରି ବଡ଼ ପରଦାରେ ନାଁ କରିଛନ୍ତି। ସେହିପରି ଅନେକ ବଲିଉଡ୍‌ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଏକଦା ସାଧାରଣ ନୃତ୍ୟଶିଳ୍ପୀ (ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌) ଭାବେ ସିନେମା ଶିଳ୍ପରେ ପ୍ରବେଶ କରି ପରବର୍ତ୍ତୀ ସମୟରେ ନାମକରା ନାୟିକା ପାଲଟିଛନ୍ତି। ଅଭିନେତ୍ରୀ ମୌନୀ ରୟଙ୍କୁ ଏହି ବର୍ଗରେ ସାମିଲ୍‌ କରାଯିବ। ସେ ବିଭିନ୍ନ ଟେଲିଭିଜନ ସୋ’ରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ପାଲଟିବା ପରେ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା କାରବାର କରିଥିବା ଦୁଇଟି ବଲିଉଡ୍ ସିନେମା ଦେଇଛନ୍ତି। ମୌନୀ ଯେତେବେଳେ ତାଙ୍କର ସ୍ୱପ୍ନକୁ ସାଥିରେ ଧରି ମୁମ୍ବାଇ ଆସିଥିଲେ ସେତେବେଳେ ତାଙ୍କୁ କେହି ଜାଣି ନଥିଲେ। ଏପରିକି ନିଜ ସ୍ବପ୍ନ ପୂରଣ ପାଇଁ ପାଠପଢ଼ା ବି ଛାଡ଼ି ଦେଇଥିଲେ ସେ। ପ୍ରଥମେ ମୌନୀ ଅଭିଷେକ ବଚ୍ଚନଙ୍କ ଚଳଚ୍ଚିତ୍ର ‘ରନ୍‌’ରେ ସାଧାରଣ ନୃତ୍ୟଶିଳ୍ପୀ ଭାବରେ କାମ କରିଥିଲେ। ପରେ ସେ ଏକତା କପୁରଙ୍କ ଟିଭି ସୋ ‘କ୍ୟୁଁକି ଶାଶ୍‌ ଭି କଭି ବହୂ ଥି’‌ରେ ୨୦୦୬ ମସିହାରେ ଏକ ଭୂମିକା ନିଭାଇଥିଲେ। ଏକତାଙ୍କ ଅନ୍ୟ ଏକ ଟିଭି ସୋ’ ‘ନାଗିନ୍‌’ ମୌନୀଙ୍କୁ ଘରେ ଘରେ ପରିଚିତ କରାଇଥିଲା। ପରେ ସେ ୨୦୧୮ ମସିହାରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୋଲ୍‌ଡ’ରେ ଅଭିନୟ କରିଥିଲେ, ଯାହାକି ବକ୍ସ ଅଫିସ୍‌ରେ ବେଶ୍‌ ସଫଳତା ଅର୍ଜନ କରିଥିଲା। ସେହିପରି କନ୍ନଡ଼ ଅଭିନେତା ୟଶ୍‌ଙ୍କ ଅଭିନୀତ ‘କେଜିଏଫ୍‌ ଚାପ୍ଟର ୧’ରେ ଏକ ଗୀତଦୃଶ୍ୟରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହାଛଡ଼ା ୨୦୨୨ ମସିହାରେ ମୌନୀଙ୍କୁ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ସିନେମା ‘ବ୍ରହ୍ମାସ୍ତ୍ର’ରେ ଦେଖିବା ପରେ ଦର୍ଶକ ଆହୁରି ଭଲପାଇ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking