26.1 C
Bhubaneswar
Friday, May 10, 2024
Homeଦେଶ ବିଦେଶବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ, ଦୁଇ ଶିଶୁ ସହ ୪ ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ, ଦୁଇ ଶିଶୁ ସହ ୪ ମୃତ

ଜୟପୁର : ରାଜସ୍ଥାନର ବାରମେର ଜିଲାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଜଣ ଶିଶୁଙ୍କ ସହ ଜଣେ ମହିଳା,ଅନ୍ୟ ଜଣଙ୍କ ସହ ମୋଟ୍‌‌ ୪ ଜଣଙ୍କ ଜୀବନ ଚାଲି ଯାଇଛି। ପୁଲିସ ସୂଚନାନୁଯାୟୀ, ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଉକ୍ତ ମହିଳା ତାଙ୍କ ପିତା ଓ ୨ ଶିଶୁ ବାରମେର ଜିଲାରେ ଏକ ଅଟାକଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ୪ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଏଯାଏଁ ହୋଇଥିବା ତଦନ୍ତନୁଯାୟୀ, ଅରଙ୍ଗ ଗ୍ରାମ ପଞ୍ଚାୟତର ରାମଦେବପୁରା ଗାଁର ବାସିନ୍ଦା ଜଣେ ଯୁବକ ନିଜ ପତ୍ନୀ ଓ ୨ ଶିଶୁଙ୍କୁ ଘରେ ଛାଡି କୌଣସି କାମରେ ଦିଲ୍ଲୀ ଯାଇଥିଲେ।

ଶୁକ୍ରବାର ବିଳମ୍ବିତ ରାତିରେ ଅଟାକଳରେ କାମ କରିବା ସମୟରେ ଉକ୍ତ ମହିଳା ଜଣଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ନିଜ ମାଆକୁ ଏପରି ଅବସ୍ଥାରେ ଦେଖି ପିଲାମାନେ ତାଙ୍କୁ ରକ୍ଷା କରିବାକୁ ଉଦ୍ୟମ କରି ନିଜ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ।

ମହିଳାଙ୍କ ଶ୍ୱଶୁର ୩ ଜଣ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଦେଖି ସେ ମଧ୍ୟ ରକ୍ଷା କରିବାକୁ ଉଦ୍ୟମ କରି ନିଜେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking