32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଜାଣିଛନ୍ତି କି,ଭାରତ ଆଗରୁ କେଉଁ କେଉଁ ଦେଶ କରିଛନ୍ତି ସୂର୍ଯ୍ୟ ମିଶନ?

ଜାଣିଛନ୍ତି କି,ଭାରତ ଆଗରୁ କେଉଁ କେଉଁ ଦେଶ କରିଛନ୍ତି ସୂର୍ଯ୍ୟ ମିଶନ?

ନୂଆଦିଲ୍ଲୀ : ଭାରତ ଆଗରୁ ବହୁ ଦେଶ ସୂର୍ଯ୍ୟ ସମ୍ପର୍କରେ କରିଆସିଛନ୍ତି ଗବେଷଣା । ୧୯୮୧ରେ ଜାପାନର ଗବେଷଣା ସଂସ୍ଥା ଜେଏଏକ୍ସଏ ଲଞ୍ଚ କରିଥିଲା ସୋଲାର ସାଟେଲାଇଟ ହିନୋତୋନ। ୧୯୯୦ରେ ୟୁରୋପୀୟ ମହାକାଶ ସଂସ୍ଥା ଇଏସଏ ବି ମିସନ ସନ କ୍ରମେ ପଠାଇଥିଲା ଉଲିସିସ୍ ସାଟେଲାଇଟ। ସେହିପରି ୧୯୯୫ରେ ନାସା, ଇଏସଏ ଓ ଜାପାନର ଜେଏଏକ୍ସଏ ପଠାଇଥିଲେ ସଏଓଏଚଓ ନାମକ ସାଟେଲାଇଟ । ୨୦୧୮ରେ ଆମେରିକା ଆରମ୍ଭ କରିଥିଲା ପାର୍କର ସୋଲାର ପ୍ରୋବ୍ । ୨୦୨୦ରେ ୟୁରୋପୀୟ ମହାକାଶ ସଂସ୍ଥା ଇଏସଏ ଓ ନାସା ପଠାଇଥିଲେ ସୋଲାର ଅର୍ବିଟର। ୨୦୨୨ ଅକ୍ଟୋବର ୮ରେ ଚୀନ ପଠାଇଥିଲା ଏସଏଓ -ଏସ । ଏସବୁ ମିଶନ ଜରିଆରେ ସୂର୍ଯ୍ୟ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିସାରିଛି। ତେବେ ଇସ୍ରୋ ୨୦୨୩ ମସିହା ଆଜିର ଦିନରେ ଆଦିତ୍ୟ ଏଲ-୧ ମିଶନ ଲଞ୍ଚ କରୁଛି । ଏଥି ଲାଗି ଖର୍ଚ୍ଚ ହୋଇଛି ୪୦୦ କୋଟି ଟଙ୍କା । ଆଦିତ୍ୟ ଏଲ-୧ ର ଓଜନ ୧୪୭୫ କିଲୋଗ୍ରାମ । ପ୍ରାୟ ୫ ବର୍ଷ ୨ ମାସ ଯାଏ ତଥ୍ୟ ଯୋଗାଇପାରେ ଆଦିତ୍ୟ ଏଲ-୧ । ପ୍ରାୟ ୧୫ ଲକ୍ଷ ମାଇଲ ଦୂରରେ ଏହା ଅବସ୍ଥାପିତ ହେବ। ଆଦିତ୍ୟ ଏଲ-୧ ରେ ରହିଛି ୭ଟି ପେଲୋଡ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ମହାକାଶରେ ୪ ମାସ ବିତାଇବ ଆଦିତ୍ୟ ଏଲ-୧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking