28.1 C
Bhubaneswar
Saturday, April 27, 2024
Homeଅପରାଧବୋହୁକୁ ତାର ପ୍ରେମିକ ସହ ଅସଂଯତ ଅବସ୍ଥାରେ ଶାଶୁ ଦେଖି ଦେବାରୁ, କଣ ହେଲା ଜାଣନ୍ତୁ

ବୋହୁକୁ ତାର ପ୍ରେମିକ ସହ ଅସଂଯତ ଅବସ୍ଥାରେ ଶାଶୁ ଦେଖି ଦେବାରୁ, କଣ ହେଲା ଜାଣନ୍ତୁ

ପନ୍ନା: ବିବାହ ପରେ ମଧ୍ୟ ଝିଅଟି ତା ପ୍ରେମିକକୁ ଭୁଲୁନାହିଁ କି ପୁଅଟି ମଧ୍ୟ ତା ପ୍ରେମିକାକୁ ଭୁଲୁନାହିଁ । କେଉଁଠି କେଉଁଠି ବିବାହ ପରେ ମଧ୍ୟ ଝିଅଟି ଆଉ କାହାର ସ୍ତ୍ରୀ, ବୋହୁ ହେଲା ପରେ ମଧ୍ୟ ବେଳେ ବେଳେ ଭୁଲ କରି ବସେ । ତେବେ ଏଭଳି ଏକ ଘଟଣା ପନ୍ନାରେ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାର ବଘାଇମୋଡ ଗ୍ରାମରେ ଏହି ଘଟଣାଟି ଘଟିଛି । ଗତ ଜାନୁଆରି ୭ ତାରିଖରେ ଶାଶୁକୁ ବୋହୂ କୁରାଢ଼ିରେ ଆଣି ହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ବୃଦ୍ଧାଙ୍କ ନାମ କୁସୁମବାଇ ଚୌଧୁରୀ । ତାଙ୍କ ବୟସ ୫୫ବର୍ଷ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ବୋହୂ ମାୟାର ପଡ଼ିଶା ଘରେ ରହୁଥିବା ହଲକେ ଚୌଧୁରୀ ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା । ଜାନୁଆରି ୭ ତାରିଖରେ ଘରେ କେବଳ ବୋହୂ ମାୟା ଓ ତା’ର ଶାଶୁ କୁସୁମ ହିଁ ଥିଲେ । ଖିଆପିଆ ସରିବା ପରେ କୁସୁମ ଶୋଇବା ପାଇଁ ନିଜ ବିଛଣାକୁ ଚାଲି ଯାଇଥିଲେ । ଏହାର ସୁଯୋଗ ନେଇ ବୋହୂ ମାୟା ନିଜର ପ୍ରେମିକକୁ ଘରକୁ ଡାକିଥିଲା । ହଠାତ କୁସୁମଙ୍କ ଆଖି ଖୋଲିଥିଲା ଓ ସେ ବୋହୂ କାହା ସହିତ କଥା ହେଉଥିବା ଶୁଣିବାକୁ ପାଇ ବିଛଣାରୁ ଉଠି ବୋହୂ ରୁମକୁ ଯାଇଥିଲେ । ସେଠାରେ ସେ ଯାହା ଦେଖିଥିଲେ ସ୍ତବ୍ଧ ହୋଇଯାଇଥିଲେ । ସେ ମାୟା ଓ ତାଙ୍କ ପଡ଼ିଶା ଘର ପୁଅକୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହି ଘଟଣା ବିଷୟରେ କୁସୁମ ପୁଅକୁ କହିବାକୁ ଯାଉଥିବା ବେଳେ ମାୟା ଓ ତାର ପ୍ରେମିକ ମିଶି ଶାଶୁଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ବିଲରେ ଫିଙ୍ଗି ଦେଇଥିଲେ ।
୫୫ବର୍ଷୀୟ କୁସୁମବାଇ ଚୌଧୁରୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରାଯାଇଥିବା ପୁଅ ସଞ୍ଜୁ ଚୌଧୁରୀ ପୁଲିସରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କ୍ରମେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା । ଯାଞ୍ଚରୁ କୁସୁମବାଇଙ୍କ ବୋହୂ ମାୟା ଉପରେ ପୁଲିସର ସନ୍ଦେହ ହୋଇଥିଲା । ଏହି ହତ୍ୟା ଘଟଣାକୁ ନେଇ ବୋହୂକୁ ପୁଲିସ ପଚରାଉଚରା କରିବା ସମୟରେ ତା’ର କଥାରେ କିଛି ତାଳମେଳ ରହି ନ ଥିଲା । ଶେଷରେ ପୁଲିସର ସନ୍ଦେହ ସତ ହୋଇଥିଲା । ବୋହୂ ମାୟା ବି ନିଜ ଦୋଷକୁ ପୁଲିସ ଆଗରେ ସ୍ୱୀକାର କରିଥିଲା । ପୋଲିସ ବୋହୂ ମାୟା ଏବଂ ପ୍ରେମିକ (ପଡୋଶୀ ଯୁବକ)ଙ୍କୁ ଗିରଫ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking