30.1 C
Bhubaneswar
Friday, April 26, 2024
Homeଅପରାଧ୨୦ ହଜାରରୁ ହେଲା ଲକ୍ଷେ

୨୦ ହଜାରରୁ ହେଲା ଲକ୍ଷେ

ବଲାଙ୍ଗୀର: ଗୋବିନ୍ଦ ସାହୁକୁ ଧରାଇବା ପାଇଁ ପୁରସ୍କାର ବୃଦ୍ଧି କରାଯାଇଛି । ଘୋଷଣା ହୋଇଥିବା ପୁରସ୍କାର ରାଶି ୨୦ ହଜାରରୁ ଲକ୍ଷେକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ପୁରସ୍କାର ରାଶି ଘୋଷଣା କରିଛି ବଲାଙ୍ଗୀର ପୋଲିସ ।  ପୋଲିସ ବାରାକରୁ ସ୍କୁଲ ସଭାପତି ଚମ୍ପଟ ଘଟଣାରେ ଫେରାର ହୋଇଥିବା ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କୁ ଧରିବାକୁ ତନାଘନା ଚାଲିଛି । ମୋଷ୍ଟ ୱାଣ୍ଟେଡ ଦର୍ଶାଇ ଗୋବିନ୍ଦର ଫଟୋ ଜାରି କରିଛି ପୋଲିସ । ବିଭିନ୍ନ ସ୍ଥାନରେ ଗୋବିନ୍ଦ ସାହୁଙ୍କ ପୋଷ୍ଟର ମାରିଛି ପୋଲିସ । ଗୋବିନ୍ଦ ବାବଦରେ ସୂଚନା ଦେଲେ ଲକ୍ଷେ ଟଙ୍କା ଅର୍ଥ ରାଶି ଘୋଷଣା କରାଯାଇଛି । ବଲାଙ୍ଗୀର ପୋଲିସ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି । ଗତ ୧୭ ତାରିଖ ରାତିରୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୋଲିସ ବ୍ୟାରେକରୁ ଫେରାର ଅଛନ୍ତି ଗୋବିନ୍ଦ ସାହୁ ।

ଅନ୍ୟପଟେ  କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ଆଜି ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯାଇଥିଲା । ଏହି ଖୋଦେଇରେ ମାଟି ତଳୁ ଏକ ଦଗ୍ଧ ଶବ ଉଦ୍ଧାର ହୋଇଛି । ଶବଟି ମମିତାଙ୍କର କି ନୁହେଁ ସେନେଇ ତନାଘନା ଆରମ୍ଭ ହୋଇଯାଇଛି । ମମିତାଙ୍କ ପରିବାର ଲୋକଙ୍କୁ ଶବ ଚିହ୍ନଟ ପାଇଁ ଡକାଯାଇଛି । ତେବେ ଶବଟି ପୋଡି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇପାରେ । ତେବେ ଡିଏନଏ ଟେଷ୍ଟ କରାଯିବା ପରେ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

ତେବେ ଇତି ମଧ୍ୟରେ ସୂଚନା ମିଳିଛି ଯେ, ମାଟି ତଳୁ ସୁନା ଚେନ୍ ଓ ପାଉଁଜି ମିଳିଛି । ତେଣୁ ଏଥିରୁ ଅନୁମାନ କରାଯାଉଛି ଯେ, ଶବଟି ଜଣେ ମହିଳାଙ୍କର ହୋଇଥିବ । ତେବେ ଡିଏନଏ ଟେଷ୍ଟ ପରେ ହିଁ ଜଣାପଡ଼ିବ ଯେ, ମୃତଦେହଟି ମମିତାଙ୍କର କି ନୁହେଁ ।

କିନ୍ତୁ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଯାହା ଆଶଙ୍କା କରାଯାଉଛି ଯେ, ଏହା ଏକ ଯୋଜନା ବଦ୍ଧ ହତ୍ୟା ଘଟଣା । ତେବେ ଆଜି ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ୍ ମିଳିତ ଭାବରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହା ଭିତରେ ମାଟି ତଳୁ ଏକ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ଶବଟି ମମିତାଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ମହାଲିଙ୍ଗ ମିଷ୍ଟ୍ରି ଘଟଣାରେ ଭୁବନେଶ୍ୱରରେ ତାତିଲା କଂଗ୍ରେସ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନକୁ ଅଣ୍ଡାମାଡ କରାଯାଇଥିବା ସୂଚନା ମିଳିଛି । ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଧସେଇ ପଶିବାକୁ ଉଦ୍ୟମ ମଧ୍ୟ ହୋଇଛି । ଘଚଣାସ୍ଥଳରୁ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking