37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶ୫୦୦ ଟଙ୍କା ନ ଫେରାଇବାରୁ ଯୁବକଙ୍କୁ ହତ୍ୟା  

୫୦୦ ଟଙ୍କା ନ ଫେରାଇବାରୁ ଯୁବକଙ୍କୁ ହତ୍ୟା  

ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀର ଆନନ୍ଦ ପର୍ବତ ଅଚଂଳରେ ମାତ୍ର ୫୦୦ ଟଙ୍କା କାରବାରକୁ ନେଇ ଜଣେ ଯୁବକଙ୍କୁ ଛୁରୀରେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ମୃ୍‌ତକଙ୍କ ନାମ ସୋନୁ କୁମାର ଓ ସେ ୨୨ ବର୍ଷର ବୋଲି ଜଣାପଡିଛି । ହତ୍ୟା ପରେ ପୋଲିସ ଅଭିଯୁ୍‌କ୍ତ ବାଳକକୁ ଗିରଫ କରିଛିା । ଅଭିଯୁକ୍ତଙ୍କ ସର୍ମ୍ପକୀୟମାନେ ତାଙ୍କୁ ନାବାଳକ ବୋଲି କହିଛନ୍ତି । ପୋଲିସ ଏହାର ତଦନ୍ତ କରୁଚି ।
ଖବର ଅନୁଯାୟୀ ପ୍ରାଥମିକ ଅନୁସନ୍ଧାନ ପରେ ସୋନୁ ଅଭିଯୁକ୍ତଙ୍କ ଠାରୁ ୫୦୦  ଟଙ୍କା ନେଇଥିବା ପୋଲସ ଜାଣିବାକୁ ପାଇଛି ।  ଏବେ ଅଭିଯୁକ୍ତ  ତାଙ୍କ ଟଙ୍କା ଫେରସ୍ତ ପାଇଁ ସୋନୁକୁ କହୁଥିଲା । କିନ୍ତୁ ସୋନୁ ତାଙ୍କ ଟଙ୍କା ଫେରସ୍ତ କରୁନଥିଲୋ । ଏଥିରେ ରାଗିଯାଇ ସେ ଏଭଳି କାଣ୍ଡ କରିଥିଲା । ବର୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ନିକଟରେ ଥିବା ସିସିଟିଭି କ୍ୟାମେରା ସାହାଯ୍ୟରେ ଏହି ଘଟଣାରେ ଅନୁସନ୍ଧାନ କରାଯାଉଛି ।
ପୋଲିସର ସୁୂନାନୁସାରେ , ସୋନୁ ଆନନ୍ଦ ପର୍ବତ ଅଚଂଳରେ ପରିବାର ସହ ରହୁଥିଲେ । ସେ ଛୋଟ କାମ କରୁଥିଲା । ଏଥିସହ ସେ ପୂର୍ବରୁ ଏକ ମାମାଲାରେ ଜେଲ ବି ଯାଇଥିଲା । ଅକ୍ଟୋବର ୨ ରେ ସେ ଜେଲରୁ ବାହାରିଥିଲା ।  ଶୁ୍‌୍ରକ୍ରବାର ବିଳମ୍ବିତ ରାତିରେ ନେହେରୁ ନଗର ଛକରେ ଜଣେ ଯୁବକ ଆହତ ଅବସ୍ଥାରେ ପଡିଥିଲେ । ତାଙ୍କ ଛାତିରେ ଦୁଇଟି ଛୁରୀ ଏବଂ ପେଟରୁ ରକ୍ତ ବାହାରୁଥିଲା । ଖବର ପାଇ ପୋଲିସ ପହଂଚି ତୁରନ୍ତ ଆରଏମଏଲ ହସ୍ପିଟାଲରେ ଭର୍ଭି  ତାଙ୍କୁ କରିଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ପରିଚୟ ମିଳିନଥିଲା । ହେଲେ ଶନିବାର ତାଙ୍କ ଚିହ୍ନଟ କରାଯାଇଥିଲା । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପଚରାଉଚରା ବେଳେ ସୋନୁ ତାଙ୍କଠାରୁ ୫୦୦ ଟଙ୍କା ନେଇଥିଲା, ଯାହାକୁ ସେ  ଫେରସ୍ତ  କରୁନଥିଲା ବୋଲି ଜାଣିବାକୁ ପାଇଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking