30.1 C
Bhubaneswar
Friday, April 26, 2024
Homeଓଡିଶାମାସିକ ପତ୍ରିକା କଳିଙ୍ଗ ନଗର ବୁଲେଟିନ୍‌ର ୮ମ ସ୍ୱର୍ଣ୍ଣକ୍ଷେତ୍ର ସମାରୋହ

ମାସିକ ପତ୍ରିକା କଳିଙ୍ଗ ନଗର ବୁଲେଟିନ୍‌ର ୮ମ ସ୍ୱର୍ଣ୍ଣକ୍ଷେତ୍ର ସମାରୋହ

ଯାଜପୁର: ବ୍ୟାସନଗର ପୌରଅଂଚଳର ହୋଟେଲ ସୂର୍ଯ୍ୟାସୁଂ ମାସିକ ପତ୍ରିକା କଳିଂଗ ନଗର ବୁଲେଟିନ୍‌ର ୮ମ ସ୍ୱର୍ଣ୍ଣକ୍ଷେତ୍ର ସମାରୋହରେ ମଂଗଳବାର ଅପରାହ୍‌ଣରେ ପାଳିତ ହୋଇଯାଇଛି । ବହୁ ଘାତ ପ୍ରତିଘାତ ଝିପିଝିପି ବର୍ଷାରେ ମଧ୍ୟ ସଠିକ୍ ରୁପେ ଅତିଥି ଓ ଦର୍ଶକମାନଙ୍କୁ ମୋହିତ କରିନେଇଛି ମାସିକ ପତ୍ରିକାର ସମାରୋହ । ଏହି ସମାରୋହରେ ବିଶିଷ୍ଟ ସାମ୍ବାଦିକ ରାଜାରାମ ଶତପଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମାରୋହଟିକୁ ଉତ୍ସବ ମୁଖରିତ କରିଦେଇଥିଲେ । ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମାଜକୁ ବାଟ ଦେଖାଇବା କାମ ଏହି ଛାପା ଗଣମାଧ୍ୟମ ହିଁ କରେ । ପ୍ରତ୍ୟେକ ସମସ୍ୟାର ଆଲୋଚନା ପର୍ଯ୍ୟାଲୋଚନାରୁ ହିଁ ସଠିକ୍ ଉତ୍ତର ବାହାରେ ଓ ଶାସକ ଏବଂ ପିଡ଼ିତ ମଧ୍ୟରେ ଦୂରତାକୁ ଗଣମାଧ୍ୟମ ଦୂର କରିଥାଏ । ଯେଉଁ ଦେଶର ଜନସାଧାରଣ ଯେତେ ସକ୍ରିୟ ଆଲୋଚନା ପର୍ଯ୍ୟାଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସେ ଦେଶ ସେତେ ଉନ୍ନତ ଓ ସମୃଦ୍ଧ ହେଲେ ଆମ ରାଜ୍ୟର ମାନ ସଭା ତଳେ । ଆମ ଗଣ ମାଧ୍ୟମ ଦୁର୍ବଳ । କାରଣ ଆମେ ସମୃଦ୍ଧ ନୁହନ୍ତି । ଆତ୍ମ ପ୍ରଚାର ହେଲା ଖବରକାଗଜର ବଡ଼ ଶତ୍ରୁ । ସଂବାଦପତ୍ରର କାମ ସମାଲୋଚନା ନୁହେଁ । କେବଳ ଆଲୋଚନା? ଏହି ଆଲୋଚନାରୁ ଅମୃତ ବାହାରିବ ଏବଂ ଆମ ଦେଶ ଓ ସମାଜ ଆଗକୁ ଯିବ । ସେହିପରି ସାଂସଦ ଶର୍ମିଠା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ ମିଡ଼ିଆକୁ ଆମେ କିଛି କହିବା ଦିବାଲୋକରେ ଲଣ୍ଠନ ଦେଖେଇବା ଭଳି ହେବ । ଛାପା ଗଣମାଧ୍ୟମର ବାର୍ତ୍ତା ପ୍ରଶାସନ ନିକଟରେ ପହଞ୍ଚିଥାଏ ଏବଂ ପ୍ରଶାସନ ବିପଥଗାମୀ ସମାଜକୁ ଠିକ୍ ଦିଗ୍‌ଦର୍ଶନ ଦିଏ ।

କୋରେଇ ବିଧାୟକ ୍ରଅଶୋକ ବଳ ଏହି ଉତ୍ସବରେ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ ସାପ୍ରଂତିକ ସ୍ଥିତିରେ ଛାପା ଗଣମାଧ୍ୟମର ଭୂମିକା ଅଧିକ ଥିଲେ ମଧ୍ୟ ବିଜ୍ଞାପନ ବିନା ଖବରକାଗଜ ଚାଲିବା ବଡ଼ କଷ୍ଟକର ହୋଇପଡ଼ିଛି । ଯେପରି ଆଜିର ଉତ୍ସବରେ ଦିଆଯାଇଥିବା ମାସିକ କଳିଂଗ ନଗର ବୁଲେଟିନ ଖବରକାଗଜରେ ଅଧା ବିଜ୍ଞାପନ ଦେଖିବାକୁ ମିଳୁଛି । ବିଜ୍ଞାପନ ଲାଗି ଖବରକାଗଜର ମାନ ହ୍ରାସ ହେଉଛି । କଳିଂଗ ନଗର ଅତିରିକ୍ତ ଜିଲ୍ଳାପାଳ ସନ୍ତୋଷ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ ତାଙ୍କ ସମାଜର ପୂର୍ବ କଥା ସହିତ ବର୍ତ୍ତମାନ କଥାକୁ ଯୋଡ଼ି ଥାଏ ଛାପା କାଗଜ । ଉଦ୍ଘାଟକ ଭାବେ ଡ଼. ପ୍ରଫୁଲ ଚନ୍ଦ୍ର ଘଡ଼ାଇ ଯୋଗ ଦେଇ କହିଥିଲେ ଯେ ବହୁ ଘାତ ପ୍ରତିଘାତ ମଧ୍ୟ ଦେଇ ମାସିକ ସଂବାଦପତ୍ର ବୁଲେଟିନ୍ ୮ମ ସ୍ୱର୍ଣ୍ଣ କ୍ଷେତ୍ର ପାଳନ କରୁଛି ।

ମଂଚରେ ଥିବା ଓ ମଂଚ ତଳେ ଥିବା ଅତିଥିମାନଙ୍କରେ ଆର୍ଶିବାଦ ଏହି ମାସିକ ସଂବାଦପତ୍ରଟି କିପରି ସାପ୍ତାହିକ ଓ ସାପ୍ତାହିକରୁ ଦୈନିକ ଭାବେ ବାହାରି ପାରିବ ତା’ର ଉତ୍ତରତ୍ତୋର କାମନା କରୁଛିି । ଅନ୍ୟ ମାନଙ୍କ ମଧ୍ୟରେ କଳିଂଗ ନଗର ଭିସା ଷ୍ଟିଲର ନିର୍ଦ୍ଦେଶକ ମନୋଜ କୁମାର ଓ କୋରେଇ କଲେଜର ଅଧ୍ୟାପକ ବିରଞ୍ଚି ନାରାୟଣ ଦାସ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଶେଷରେ ବ୍ୟାସନଗର ସହରାଂଚଳ ପ୍ରତିଭାମାନଙ୍କୁ ମଂଚ ଉପରେ ସମ୍ମାନିତ କରାଯାଇଥିଲା । ଉତ୍ସବଟିକୁ ମାସିକ ସଂବାଦପତ୍ରର ସଂପାଦକ ହାରାଦନ ବାନାର୍ଜୀ ପରିଚାଳନା କରିଥିବା ବେଳେ ବାର୍ତ୍ତା ସଂପାଦକ ଶରତ ପଥାଳ ଧନ୍ୟବାଦ ଜଣାଇ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking