34.1 C
Bhubaneswar
Wednesday, May 1, 2024
Homeଓଡିଶାମୌସୁମୀ ନେଇ ଆସିଲା ଭଲ ଖବର

ମୌସୁମୀ ନେଇ ଆସିଲା ଭଲ ଖବର

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ମୌସୁମୀ ଋତୁ ପାଇଁ ଏହାର ବହୁ ପ୍ରତୀକ୍ଷିତ ପୂର୍ବାନୁମାନ ଜାରି କରିବାକୁ ଯାଉଛି । ଏହି ସମୟରେ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ, ଭାରତ ମହାସାଗର ଡାଇପୋଲ୍ ବା ଆଇଓଡି ଏବଂ ଲା ନିନା ପରିସ୍ଥିତି ଏକାସାଙ୍ଗରେ ସକ୍ରିୟ ହେବାକୁ ଯାଉଛି । ଏହାଦ୍ୱାରା ଚଳିତ ବର୍ଷର ମୌସୁମୀ ସ୍ବାଭାବିକ ଠାରୁ ଶୀଘ୍ର ପହଞ୍ଚିପାରେ । ତେଣୁ ଦେଶର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବୃଷ୍ଟିପାତ ଅଧିକ ପରିମାଣରେ ହେବ । ଲା ନିନାର ମିଶ୍ରଣ ଏବଂ ଭାରତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରାରେ ଅସ୍ଥିରତା, ଭାରତ ମହାସାଗର ଡାଇପୋଲର ଏକ ଅନନ୍ୟ ପାଣିପାଗ ଘଟଣା । ଏହାଦ୍ବାରା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଯଥେଷ୍ଟ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି । ଘରୋଇ ପାଣିପାଗ ପୂର୍ବନୁମାନ ସଂସ୍ଥା ସ୍କାଏମାଟ୍ ପକ୍ଷରୁ କୁହାଯାଇଛି ଯେ ଦେଶର ପ୍ରାୟ ୭୦ ପ୍ରତିଶତ ବର୍ଷା ହେଉଥିବା ଭାରତର ଅର୍ଥନୀତିର ମୂଳାଧାର ମୌସୁମୀ ଦୀର୍ଘକାଳୀନ ହାରାହାରି ବା ଏଲପିଏର ପ୍ରାୟ ୧୦୨ ପ୍ରତିଶତ ସ୍ବାଭାବିକ ହେବ । ଏଥିରେ ୫ ପ୍ରତିଶତ କମ୍ ବେଶୀ ହୋଇପାରେ । ଜୁନରୁ ସେପ୍ଟେମ୍ବର ଅବଧୂ ପାଇଁ ଏଲପିଏ ହେଉଛି ୮୬୮.୬ ମିଲି ମିଟର । ଘରୋଇ ପାଣିପାଗ ପୂର୍ବନୁମାନ ସଂସ୍ଥା ସ୍କାଏମେଟ୍ ଆକଳନ କରିଛି ଯେ ଏଲ୍ଟିନୋ ଦ୍ରୁତ ଗତିରେ ଲା-ନିନା ଆଡ଼କୁ ଗତି କରୁଛି । ଯାହାଦ୍ବାରା ମୌସୁମୀ ସଞ୍ଚାଳନ ଅଧିକ ଶକ୍ତିଶାଳୀ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking