29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶମୁଦ୍ରକ ଓ ପ୍ରକାଶକଙ୍କ ପରିଚୟ ବିନା ରାଜନୈତିକ ବିଜ୍ଞାପନ ଲଗାଇବା ମନା

ମୁଦ୍ରକ ଓ ପ୍ରକାଶକଙ୍କ ପରିଚୟ ବିନା ରାଜନୈତିକ ବିଜ୍ଞାପନ ଲଗାଇବା ମନା

ନୂଆଦିଲ୍ଲୀ : ଦେଶର ମୁଖ୍ୟ ନିର୍ବାଚନ କମିଶନର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ସାଧାରଣ ନିର୍ବାଚନରେ ସ୍ବଚ୍ଛତା ଆଣିବା ପାଇଁ ସମସ୍ତ ରାଜ୍ୟର ରାଜନୈତିକ ଦଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନରେ ବ୍ୟବହାର ହେବାକୁ ଥିବା ପୋଷ୍ଟର, ବ୍ୟାନର, ଲିଫଲେଟ ଏବଂ ଅନ୍ୟାନ୍ୟ ସାମଗ୍ରୀରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କମିଶନ କହିଛନ୍ତି । କମିଶନ ପୋଷ୍ଟର, ପ୍ରଚାରପତ୍ରରେ ମୁଦ୍ରକ ଏବଂ ପ୍ରକାଶକଙ୍କ ପରିଚୟକୁ ସାର୍ବଜନୀନ କରିବାକୁ କହିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ନେଇ ଗଠିତ କମିଟି ନିର୍ବାଚନ କମିଶନର ଗଣେଶ କୁମାର ଏବଂ ଡ. ସୁଖବୀର ସିଂ ସାନ୍ଧୁ ପ୍ରତିନିରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଦ୍ରକ ଏବଂ ପ୍ରକାଶକଙ୍କ ପରିଚୟ ବିନା କୌଣସି ହୋର୍ଡିଂ ଲଗାଯାଇ ପାରିବ ନାହିଁ ।ମୁଦ୍ରକ ଓ ପ୍ରକାଶକଙ୍କ ପରିଚୟ ବିନା କୌଣସି ନିର୍ବାଚନୀ ପାମ୍ପଲେଟ୍‌, ପୋଷ୍ଟର, ପ୍ଲାକାର୍ଡ ବ୍ୟବହରା ବେଆଇନ ଅଟେ । ମୁଦ୍ରକ ଓ ପ୍ରକାଶକଙ୍କ ନାମ ଏବଂ ଠିକଣା ନଥିବା ବ୍ୟାନର ଏବଂ ପୋଷ୍ଟର ଲଗାଯାଇପାରିବନାହିଁ । ପୋଷ୍ଟର ଓ ହୋର୍ଡିଂରେ ମୁଦ୍ରକ ଏବଂ ପ୍ରକାଶକଙ୍କ ପରିଚୟ ପ୍ରକାଶ କରିବାର ଆବଶ୍ୟକତା ରହିଛି ।ଯାହାର ମୂଳ ଲକ୍ଷ୍ୟ ହେଉ ନିର୍ବାଚନୀ ପ୍ରଚାରରେ ଆର୍ଥିକ ସ୍ବଛତା ଆଣିବା ଏବଂ ଉତ୍ତରଦାୟିତ୍ବ ନିର୍ଦ୍ଧାରିତ କରିବା । ସହରାଞ୍ଚଳରେ ରାଜନୈତିକ ଦଳଙ୍କ ହୋର୍ଡିଂ ଲଗାଇବା ବେଳେ ନାମ,ଠିକଣା ପ୍ରକାଶ କରିବା ପାଇଁ ହୋର୍ଡିଂ ପାଇଁ ଲାଇସେନ୍ସ ପାଇଥିବା ସ୍ଵିକୃତିପ୍ରାପ୍ତ ବିଜ୍ଞାପନ ସଂସ୍ଥା ଉତ୍ତରଦାୟୀ ରହିବେ । ସେହିଭଳି, ଖବରକାଗଜରେ ରାଜନୈତିକ ବିଜ୍ଞାପନ ପ୍ରକାଶ କରିବା ସମୟରେ ସମ୍ପାଦକ ମାନେ ସତର୍କ ରହିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ ଦଳ ନିଜର ପ୍ରଚାର ପାଇଁ ବିଜ୍ଞାପନ ପ୍ରକାଶିତ କରିପାରିବେ କିନ୍ତୁ କୌଣସି ଦଳ କିମ୍ବା ପ୍ରାର୍ଥୀଙ୍କ ବିରୁଦ୍ଧରେ ବିଜ୍ଞାପନର ପ୍ରଚାର ଓ ପ୍ରସାର କରିବା ନିଷେଧ l କ୍ଷମତାରେ ଥିବା ଦଳ ସରକାରୀ ଖର୍ଚ୍ଚରେ କୌଣସି ରାଜନୈତିକ ବିଜ୍ଞାପନ ପ୍ରକାଶିତ କରିବା ନିଷେଧ । ସମସ୍ତ ରାଜନୈତିକ ବିଜ୍ଞାପନ ଉପଯୁକ୍ତ ସାର୍ଟିଫିକେଟ୍ ଓ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ହିଁ ପ୍ରଦର୍ଶିତ ହୋଇ ପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking