30.1 C
Bhubaneswar
Monday, May 6, 2024
Homeଓଡିଶା୩ ବର୍ଷ ହେଲା ଖଟିଆରେ ଜୀବନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

୩ ବର୍ଷ ହେଲା ଖଟିଆରେ ଜୀବନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଖଜୁରିପଡା : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଫଳରେ ଗତ ୩ ବର୍ଷ ହେଲା ଖଟିଆର ଏକ ଶଯ୍ୟାରେ କଟୁଛି ଜୀବନ । କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ପିରିକୁଡ଼ି ପଞ୍ଚାୟତର ସାକାଡ଼ି ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ଗତ ୨୦୧୮ ମସିହା ନୂଆବର୍ଷ ଦିନ ଘରେ କେହି ନଥିବା ବେଳେ ଦେବକୀ କୁଦେଇ ଚୁଲିମୁଣ୍ଡରେ ବସି ନିଆଁ ପୁଉଁଥିବା ବେଳେ ପିନ୍ଧିଥିବା ଲୁଗାରେ ନିଆଁ ଲାଗିଯାଇଥିଲା । ପାଟିଶୁଣି ପଡ଼ୋଶୀ ପହଞ୍ôଚଲା ବେଳକୁ ତାଙ୍କ ଶରୀର ପ୍ରାୟ ୭୦ଭାଗ ପୋଡ଼ିଯାଇଥିଲା । ସ୍ୱାମୀ ସଂଜୟ କୁଦେଇ ଖବର ପାଇ ଘରେ ପହଞ୍ôଚ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁରକୁ ପଠାଯାଇଥିଲା । ସେଠାରେ ପ୍ରାୟ ୧୨ ଦିନ ଚିକିତ୍ସିତ ପରେ କଟକ ବଡ଼ ମେଡ଼ିକାଲକୁ ରେଫର କରାଯାଇଥିଲା । ସଂଜୟ ଯାହାକିଛି ସଞ୍ଚୟ କରି ରଖିଥିଲେ ଖର୍ଚ୍ଚ ହୋଇଯାଇଥିଲା । ଅଧିକ ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ଜିଲ୍ଲାପାଳଙ୍କୁ ସହଯୋଗ ପାଇଁ ନିବେଦନ କରିବାରୁ ପ୍ରଶାସନ ପକ୍ଷରୁ ୧୦ହଜାର ଟଙ୍କାର ସହାୟତା ଦିଆଯାଇଥିଲା, ଯାହାକି ସମୁଦ୍ରକୁ ସଙ୍ଖେ ଭଳିଥିଲା । ଟଙ୍କା ସରିଯିବା ଯୋଗୁ ବାଧ୍ୟହୋଇ କଟକ ବଡ଼ମେଡିକାଲରୁ ଘରକୁ ଫେରିଆସିଥିଲେ ଦେବକୀ ।

ସେହିଦିନ ଠାରୁ ଦେବକୀ ଖଟିଆରେ ଅଛନ୍ତି ଶଯ୍ୟାଶାୟୀ । ସ୍ତ୍ରୀଙ୍କ ସେବା ପାଇଁ ସଂଜୟ ମଧ୍ୟ ଚାଷ ବାସ କିମ୍ବା ମୁଲ ମଜୁରି ଲାଗିବାକୁ ଯାଇପାରୁନାହାନ୍ତି । ପ୍ରଶାସନ ପକ୍ଷରୁ ଏକ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ଭିନ୍ନକ୍ଷମ ପ୍ରମାଣପତ୍ରରେ ତାଙ୍କୁ ଭତ୍ତା ମିଳୁନାହିଁ । କେବଳ ଗୋଟିଏ ହୁଇଲ୍ ଚେୟାର ଦେଇ କାମ ସାରିଦେଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ଗତ ୩ ବର୍ଷ ହେଲା ସେ ଖଟିଆରେ ଜୀବନ ବିତାଉଥିବା ବେଳେ ଘରେ ଥିବା ୨ଟି ପୁଅ ଓ ଗୋଟିଏ ଝିଅ ମଧ୍ୟ ମା’ଙ୍କ ଏଭଳି ପରିସ୍ଥିତି ଯୋଗୁଁ କେତେବେଳେ କ’ଣ ଖାଉଛନ୍ତି ତାହାର କୌଣସି ପ୍ରକାର ଠିକ୍ ଠିକଣା ରହୁନାହିଁ ବୋଲି ପ୍ରକାଶ କରିଛନ୍ତି ସଂଜୟ । ଏଭଳି ସ୍ଥଳେ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ । ଦେବକୀର ଅଧିକ ଚିକିତ୍ସା କରାଇଲେ ସେ ସୁସ୍ଥ ହେବା ସହ ପରିବାରରେ ପୁଣି ହସ ଫେରିପାରନ୍ତା ବୋଲି କହିଛନ୍ତି ୩ ନାବାଳିକ ପିଲା । ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking