39.1 C
Bhubaneswar
Friday, April 26, 2024
Homeଓଡିଶାଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁୁ ଚିଠି

ଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁୁ ଚିଠି

ଗଞ୍ଜାମ: ଗୁରୁତର ରୋଗରେ ପୀଡି଼ତା ଅନିତା ପ୍ରଧାନ ବଂଚିବା ଆଶା ଛାଡ଼ି ଦେଇଛନ୍ତି । ଦିବ୍ୟାଙ୍ଗ ପୁଅ ଓ ଝିଅ ଏବେ ଆରପାରିରେ । ବଂଚିବା ଇଚ୍ଛା କେବେଠୁ ମରିଗଲାଣି । ଏଣୁ ଇଚ୍ଛାମୃତ୍ୟୁ ପାଇଁ ଭିକ୍ଷା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି ଅନିତା । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ପୋଚାଲୁଣ୍ଡି ପାଞ୍ଚାୟତ ଅନ୍ତର୍ଗତ ରାମଗଡ଼ ଗ୍ରାମର ଧୋବା ପ୍ରଧାନଙ୍କ ପତ୍ନୀ ଅନିତା ପ୍ରଧାନଙ୍କ ପାକସ୍ଥଳୀରେ ଟ୍ୟୁମର ହୋଇଛି । ଚିକିତ୍ସା ପାଇଁ ଅର୍ଥ ଅଭାବ ଦେଖାଦେଇଛି । ରୋଗ ଭଲ କରିବାକୁ ପରିବାରର ସମ୍ବଳ ନାହିଁ । ଏଣୁ ମୃତ୍ୟୁ ଶ୍ରେୟସ୍କର ବୋଲି କହିଛନ୍ତି । ରୋଗ ଚିକିତ୍ସା ନିମନ୍ତେ ସହାୟତା ଭିକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦରଖାସ୍ତ କରିଥିଲେ । କିନ୍ତୁ ଆର୍ôଥକ ସହାୟତା ମିଳିଲା ନାହିଁ । ଏଣୁ ମୃତ୍ୟୁ ଭିକ୍ଷା କରି ଏବେ ଦରଖାସ୍ତ ଲେଖିଛନ୍ତି ।
ବୁଗୁଡ଼ା ବିଡିଓ ତନ୍ମୟ ପାତ୍ର ସୂଚନା ଦେଇଛନ୍ତି ଯେ, ଅନିତାଙ୍କ ପୁଅ ଓ ଝିଅ ଦିବ୍ୟାଙ୍ଗ ଥିଲେ । ସେ ଦୁହିଁଙ୍କୁ ଭତ୍ତା ପ୍ରଦାନ କରାଯାଉଥିଲା । ପୁଅ ଓ ଝିଅ ଉଭୟେ ଦିବ୍ୟାଙ୍ଗ ଥିବାରୁ ଅନିତାଙ୍କ ମାନସିକ ଅବସ୍ଥା ଖରାପ ହେବାରେ ଲାଗିଥିଲା ।

ଇତିମଧ୍ୟରେ ପୁଅ ଓ ଝିଅଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଅନିତାଙ୍କ ମାନସିକ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିଲା । ଏପରିକି ତାଙ୍କର ପାକସ୍ଥଳୀ ଖରାପ ହୋଇଯିବାରୁ ନଳୀ ଯୋଗେ ଅନିତାଙ୍କୁ ଖାଦ୍ୟ ଦିଆଯାଉଛି । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅନିତାଙ୍କ ବୟସ ହୋଇ ନଥିବା ବେଳେ ଅନ୍ୟ କୌଣସି ଭତ୍ତା ପାଇବା ପାଇଁ ମଧ୍ୟ ସେ ଯୋଗ୍ୟ ନାହାନ୍ତି । ବିଡିଓ ଶ୍ରୀ ପାତ୍ର ରାମଗଡ଼ ଯାଇ ଅନିତାଙ୍କ ପରିବାରକୁ ଭେଟି ରେଡ଼କ୍ରସ ପାଣ୍ଠିରୁ ଆର୍ôଥକ ସହାୟତା ଯୋଗାଇ ଦେବାକୁ ଉପଜିଲ୍ଲାପାଳଙ୍କ ନିକଟକୁ ସୁପାରିଶ କରିଥିବା ବେଳେ ତୁରନ୍ତ ଆର୍ôଥକ ସହାୟତା ମିଳିବ ବୋଲି କହିଛନ୍ତି । ବୁଗୁଡ଼ା ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି ଯେ, ସେହି ପରିବାରକୁ ଆୟ ପ୍ରମାଣ ପତ୍ର ପାଇଁ ଦରଖାସ୍ତ କରିବାକୁ କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆୟ ପ୍ରମାଣ ପତ୍ର ପାଇଁ ଆବେଦନ କରିନାହାନ୍ତି । ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ପାଇବାକୁ ହେଲେ ଆୟ ପ୍ରମାଣ ପତ୍ର ଜରୁରୀ । ଏହାସଙ୍ଗେ ସେ ଯେଉଁ ହସ୍ପିଟାଲରେ ଚିକିତ୍ସା ହେବେ ସେଠାର ଡାକ୍ତରଙ୍କଠାରୁ ଖର୍ଚ୍ଚର ପରିମାଣ ଲିଖିତ ଭାବେ ଆଣି ପ୍ରଶାସନ ଜରିଆରେ ହେଉ କିମ୍ବା ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ôଥକ ସହାୟତା ପାଇଁ ଆବେଦନ କରିବେ । ଅନିତା ପ୍ରଧାନ ଆୟ ପ୍ରମାଣ ପତ୍ର ପାଇଁ ତହସିଲ ଅଫିସକୁ ଆବେଦନ କରିନାହାନ୍ତି । ଆୟ ପ୍ରମାଣପତ୍ର ପାଇ ନଥିବାରୁ ନିୟମ ପ୍ରକାରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆବେଦନ ହୋଇ ନଥିବା ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking